Breaking News

ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ଆନ୍ତଃ ବିଶ୍ୱବିଦ୍ୟାଳୟ ବାସ୍କେଟବଲ ପ୍ରତିଯୋଗିତା ଉଦଯାପିତ



ଜଟଣୀ---ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ଆନ୍ତଃ ବିଶ୍ୱବିଦ୍ୟାଳୟ ବାସ୍କେଟ ବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏଥିରେ ୧୦ଟି ବିଶ୍ୱବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ହୋଇଥିଲା । ସେଥିରେ ସେଞ୍ଚୁରିଆନ୍ ୪୬-୨୭ ପଏଣ୍ଟରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ଚମ୍ପିଆନ୍ ହୋଇଥିଲା ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଫତେହ ସିଂକୁ ବେଷ୍ଟ ପ୍ଲେୟାର ଆୱାର୍ଡ଼ ଏବଂ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ସ୍ୱାଗତ ସାହୁକୁ ବେଷ୍ଟ ସ୍କୋରର ଆୱାର୍ଡ଼ ପ୍ରଦାନ କରାଯାଇଥିଲା ।
ଏହି ଉଦଘାଟନୀ ଉତ୍ସବରେ ଜଟଣୀ ମୁ୍ନିସିପାଲିଟର ଏକ୍ଜୁକୁ୍ୟଟିଭ୍ ଅଫିସର ଶ୍ରୀଯୁକ୍ତ ଦିଲିପ କୁମାର ମହାନ୍ତି ମୁଖ୍ୟ ଅତିଥି ଏବଂ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ସିନିୟର ମ୍ୟାନେଜର (ଏଚ୍.ଆର.) ଏବଂ ଆଡ୍ମିନ୍ ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ । ଉଦଯାପିତ ଉତ୍ସବରେ ଭୁବନେଶ୍ୱର ଆଥ୍ଲେଟିକ୍ ଆସୋସିଏସନ୍ ଜେନେରାଲ ସେକ୍ରେଟାରୀ ଡଃ ଏସ୍.ଆର. ପରିଜା ଏବଂ ଏକ୍ସ-ଡେପୁଟି ଡାଇରେକ୍ଟର ସ୍ପୋର୍ଟ୍ସ ଶ୍ରୀଯୁକ୍ତ ଅଶୋକ ମହାନ୍ତି ଏବଂ ସ୍ୱନାମଧନ୍ୟ ଫୁଟବଲ କୋଚ୍ ଶ୍ରୀଯୁକ୍ତ ଆର୍.କେ. ମଣ୍ଡଳ ଅତିଥି ଭାବରେ ଯୋଗଦେଇଥିଲେ । ଶେଷରେ ସମସ୍ତ ବିଶ୍ୱବିଦ୍ୟାଳୟର ଖେଳାଳି, କୋଚ୍ ଏବଂ ମ୍ୟାନେଜର ମାନଙ୍କୁ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ଡାଇରେକ୍ଟର ଅଫ୍ ସ୍ପୋର୍ଟ୍ସ ଶ୍ରୀଯୁକ୍ତ ରବି ନାରାୟଣ
ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୮/୨୦୨୨----୧୦,୧୦    Sakhigopal News,26/8/2022

Blog Archive

Popular Posts