ବଳଙ୍ଗା ଜଳସେଚନ ବିଭାଗର ନିମ୍ନ ମାନର କାମ ଯୋଗୁଁ, ନଦୀ ବନ୍ଧରେ ବଡ ଧରଣର ଘଳିଆ
ବଳଙ୍ଗା --- ଭାର୍ଗବୀ ନଦୀରେ ଆଜି ବନ୍ୟାଜଳ ସାମାନ୍ୟ ହ୍ରାସ ପାଇଛି । କିନ୍ତୁ ବନ୍ଧରେ ଘଳିଆ ପଡିବା ବନ୍ଦ ହେଉନାହିଁ । ଆଜି ସଂଧ୍ୟା ବେଳେ ଦକ୍ଷିଣରାଡସ ନିକଟରେ ୧୦ଫୁଟରୁ ଉଦ୍ଧ୍ୱ ବନ୍ଧ ପାଶ୍ୱର୍ ଦାବିଯାଇ ଏକ ବଡଧରଣର ଘଳିଆ ସୃଷ୍ଟି ହୋଇଛି । ଏହି ସ୍ଥାନରେ ବହୁ ସଂଖ୍ୟାରେ ଲୋକ ପହଂଚି ଘଳିଆ ରୋକିବାକୁ ବାଲିବସ୍ତା ପକାଇ ଚାଲିଛନ୍ତି । ଏ ସବୁ ସତ୍ୱେ ମଧ୍ୟ ଘଳିଆ ବନ୍ଦ ହୋଇନଥିବାରୁ ପାଶ୍ୱର୍ବର୍ତି ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ସ୍ଥାନରେ ଚଳିତ ବର୍ଷ ବନ୍ଧ ସୁଦୃଢୀକରଣ ପାଇଁ କୋଟି କୋଟି ଟଙ୍କାର କାର୍ଯ୍ୟ କରାଯାଇଥିଲା । ଏ ସବୁ ସତ୍ୱେ ମଧ୍ୟ ବନ୍ଧ ପାଶ୍ୱର୍ ଦବିଯିବା କାରଣରୁ ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ୱେଜନା ପ୍ରକାଶ ପାଇଛି । ଯଦି ଘାଇ ହୁଏ ଏଥିପାଇଁ ଦାୟୀ ରହିବ କିଏ ? ପ୍ରଶାସନ ନା ଠିକାଦାର ସାଧାରଣରେ ପ୍ରଶ୍ନବାଚୀ ଉଙ୍କି ମାରୁଛି । ବଳଙ୍ଗା ଜଳସେଚନ ବିଭାଗର ଅଧିକାରୀ ଏ ସମ୍ପର୍କରେ ଅବଗତ ଅଛନ୍ତି । ସେ ଚାହୁଛନ୍ତି ନଦୀବନ୍ଧରେ ଗଳିଆ କିପରି ସୃଷ୍ଟ ହେଉ । ବଳଙ୍ଗାରୁ ମନୋଜ କୁମାର ପ୍ରଧାନଙ୍କ ରିର୍ପୋଟ, ୧୯/୮/୨୦୨୨—୬,୨୦ Sakhigopal News, 19/8/2022