Breaking News

ଜନକଲ୍ଯାଣ ଟ୍ରଷ୍ଟ ତରଫରୁ ଦିବ୍ଯାଙ୍ଗଙ୍କୁ ଛତାବଣ୍ଟନ




ଜଟଣୀ --ଜନକଲ୍ଯାଣ ଟ୍ରଷ୍ଟର ଅଧ୍ଯକ୍ଷ ନବୀନ୍ କୁମାର ମହାପାତ୍ର ଙ୍କ ଅଧ୍ଯକ୍ଷତାରେ ୪୦ ଜଣ ଦିବ୍ଯାଙ୍ଗ ଙ୍କୁ ପ୍ରଥମ ପର୍ଯ୍ଯାୟରେ ଛତା ବଣ୍ଟନ କରାଯାଇଛି । ଟ୍ରଷ୍ଟର ଆଇନ୍ ପରାମର୍ଶ ଦାତା ଶିବପ୍ରସାଦ ରଥ ବଣ୍ଟନ କାର୍ଯ୍ଯକ୍ରମରେ ପୌରୋହିତ୍ଯ କରିଥିବା ବେଳେ ପରାମର୍ଶ ଦାତା ନରେନ୍ଦ୍ର କୁମାର ମୁଦୁଲି କାର୍ଯ୍ଯ କ୍ରମକୁ ସାଧୁବାଦ ଜଣାଇଥିଲେ । ମୁଖ୍ଯ ଅତିଥି ଭାବେ ଆଶା କିରଣ ହୋମ  ଅଧ୍ଯକ୍ଷ ହୋଚିମିନ ସାସ୍ତ୍ରୀ ,ମୁଖ୍ଯବକ୍ତା ଯୁବ ସମାଜସେବୀ ସୁନୀଲ୍ ରାଉତରାୟ,ସମ୍ମାନୀତ ଅତିଥି ଜଟଣୀ କଂଗ୍ରେସ  ନଗର ସଭାପତି ଅଶୋକ ମଙ୍ଗରାଜ ଯୋଗ ଦାନ କରିଥିଲେ । କାର୍ଯ୍ଯ କ୍ରମକୁ ଟ୍ରଷ୍ଟର ପ୍ରକଳ୍ପ ସଂଯୋଜକ ବିଭୁପ୍ରସାଦ ମହାନ୍ତି ସଂଯୋଜନା କରିଥିଲେ । ଟ୍ରଷ୍ଟର ଉପସଭାପତିଏମ୍ ଡି କରିମ୍,ସହ ସଂପାଦକ ନୀଲୁ ପଟ୍ଟନାୟକ,କାର୍ଯ୍ଯକାରୀ ସଦସ୍ଯ ମଧୁସୁଦନ ରାୟ,ଋଦ୍ରନାରାୟଣ ସାହୁ,ଶକ୍ତିପ୍ରସାଦ ମହାନ୍ତୀ ବଣ୍ଟନ କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ । ଜଟଣୀ ଜନକଲ୍ଯାଣ ସଂଘର ସଂପାଦିକା ସନ୍ତୋଷୀ ଜାଲି,କୋଷାଧ୍ଯକ୍ଷା ଭାରତୀ ପରିଡା,ସଭ୍ଯ ଶୁରେସ ଜେନା,ଶ୍ରଦ୍ଧା କିନ୍ନର,ଭବାନୀ ଶଙ୍କର ସୁରଜିତ୍,ଏମ୍ ଡି ସାଜନ୍,ମମତା ବେହେରା,ମଧୁସ୍ମିତା ପାଣି,ବାସନ୍ତୀ ସାହୁ,ଗଣେଶ୍ୱର ପରିଡା,ପୂର୍ଣ୍ଣିମା ଶତ୍ରୁସଲ୍ଯ,ମହେଶ୍ୱର ସାହୁ ପ୍ରମୁଖ ସହୋଯୋଗ କରିଥିଲେ । ଟ୍ରଷ୍ଟର ସଂପାଦିକା ନର୍ମିତା ଦାଶ ବିବ୍ଯାଙ୍ଗ ଙ୍କୁ ଚିହ୍ନଟ କରିବା ସହ ଆଗାମୀ ଦିନରେ ବିଭିନ୍ନ ପ୍ରକଳ୍ପ ମାଧ୍ଯମରେ ସହଯୋଗ କରାଯିବ ବୋଲି ମତ ରଖିଥିଲେ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୮/୨୦୨୨-----୮,୫୫ Sakhigopal News,21/8/2022

Blog Archive

Popular Posts