Breaking News

ଲଗାଣ ବର୍ଷାରେ ଭୁସୁଡ଼ିଲା ପୋଲ



ନୟାଗଡ---- ଖୋର୍ଦ୍ଧା - ବଲାଙ୍ଗୀର  ୫୭ ନଂ ଜାତୀୟ ରାଜପଥ ର ଦଶପଲ୍ଲା ବ୍ଲକ୍ ଶାଳଭଙ୍ଗା ନିକଟରେ ଜାତୀୟ ରାଜପଥ ତଳେ ନିର୍ମିତ ଏକ ପୋଲ ର ୪୦ ଭାଗ ଲଗାଣ ବର୍ଷାରେ ଭୁଷୁଡି ଯାଇଛି । ଯଦି ବର୍ଷା ଲାଗି ରହେ ତେବେ ଜାତୀୟ ରାଜପଥ ର ତଳେ ଥିବା ମାଟି ଧୋଇଯିବା ସହ ପୋଲଟି ସଂପୂର୍ଣ୍ଣ ଭାଙ୍ଗିଯିବାର ସମ୍ଭାବନା ସୃଷ୍ଟି କରିଛି। ଏହାର ତୁରନ୍ତ ପଦକ୍ଷେପ ନିଆନଗଲେ ଜାତୀୟ ରାଜପଥ ଉପର ଦେଇ ଯାଉଥିବା ଯାନବାହାନ ପ୍ରତି ଏହା ବିପଦ ସୃଷ୍ଟି କରିବା ସହ ପୂର୍ବ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ମଧ୍ୟରେ ଗମନାଗମନରେ ବାଧା ସୃଷ୍ଟି କରିବା ସମ୍ଭାବନା ସ୍ତୃଷ୍ଟି କରିଛି । ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୦/୮/୨୦୨୨---୧୨,୪୦   Sakhigopal News 20/8/2022

Blog Archive

Popular Posts