କେତକୀପାଟଣା ପଞ୍ଚାୟତରେ ମଣିଷ କୃତ ବନ୍ୟା, ବଳଙ୍ଗା ଥାନା ରେ ଅଭିଯୋଗ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ କେତକୀ ପାଟଣା ପଞ୍ଚାୟତରେ ସୃଷ୍ଟି ହୋଇଥିବ ବନ୍ଯା ମଣିଷକୃତ୍ଯ ବୋଲି ବଳଙ୍ଗା ଥାନା ରେ ଲିଖିତ ଅଭିଯୋଗ ହୋଇଛି । ଘଟଣା ରୁ ପ୍ରକାଶ ଯେ ବିଶ୍ଵନାଥ ଦେଉଳି. ନାୟକ ସାହି. ଦଳିତ ସାହି.ଦୁବ ପାଟଣା. ବିଶ୍ଵନାଥ ଦେଉଳି. ବାଲିଓପର. ସମେଇ ପୁର.ଅଲଣ୍ଡା ପଡା. ୠଦୁ ପୁର.ଆଦିଗ୍ରାମ ଏବେ ପାଣି ଘେରରେ । ବଳରାମ ପୁର ପଞ୍ଚାୟତ ର ପୁରୁଣାବୁଢା କେରା. ବିଭୁତି ପୋଖରୀ ମାଳସାହି. ନୂଆ ବୁଢା କେରା ବାଲି ସାହି ଆଦି ସେହିପରି ବୁଡିଛି । କେଉଁଠି ଗହୀର ବୁଡିଛି ତ କେଉଁଠି ରାସ୍ତା ଓ ଗାଁ ଦାଣ୍ଡରେ ପାଣି ବୁଡିକି ପାଣି ଲହଡ଼ି ମାରୁଛି । ସହଜରେ ନିଷ୍କାସନ ପାଣି ହେଉନି ।ଦୁର୍ବୁତ୍ତ ମାନେ ବାଲିବସ୍ତା ଦିଆଯାଇଥିବା ଜାଗାକୁ କାଟି ଦେବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡିଛି। ଏନେଇ ବଳଙ୍ଗା ଥାନାରେ ଅଞ୍ଚଳବାସୀ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ଲୋକମାନେ କହନ୍ତି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୫/୮/୨୦୨୨---୯,୨୫ Sakhigopal News,25/8/2022