ଭଞ୍ଜନଗର ରୁ ନିଖୋଜ ୨ ନାବାଳିକା ମୁମ୍ବାଇ ରୁ ଉଦ୍ଧାର
ଭଞ୍ଜନଗର---- ଭଞ୍ଜନଗର ରୁ ନିଖୋଜ ଥିବା ୨ ଜଣ ନାବାଳିକା ଙ୍କୁ ସ୍ଥାନୀୟ ପୋଲିସ ମୁମ୍ବାଇ ରୁ ଉଦ୍ଧାର କରିଛି । ଶନିବାର ରାତିରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଥାନା ଅଧିକାରୀ ଧୀରେଶ କୁମାର ଦାସ ଙ୍କ ସୂଚନା ପ୍ରକାରେ ଗତ ୧୭/୮/୨୦୨୨ ତାରିଖରେ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ନିକଟରୁ ୨ ଜଣ ନାବାଳିକା କେଉଁଆଡେ ନିଖୋଜ ହୋଇଯାଇଥିଲେ। ଏସଂପର୍କରେ ସେମାନଙ୍କ ପରିବାର ପକ୍ଷରୁ ଥାନା ରେ ଅଭିଯୋଗ କରାଯିବା ପରେ ପୁଲିସ ୪୧୦/୨୨ ପ୍ରକାରେ ଏକ ନିଖୋଜ ମାମଲା ରୁଜୁ କରି ଅନୁସନ୍ଧାନ ଜାରୀ ରହିଥିଲା । ନାବାଳିକା ଦୁଇଜଣ ମୁମ୍ବାଇରେ ଥିବା ଜଣାପଡିବା ପରେ ପୁଲିସ ମୁମ୍ବାଇ ପୁଲିସ ସହାୟତା ରେ ସେଠାରୁ ଦୁଇ ନାବାଳିକାଙ୍କୁ ଉଦ୍ଧାର କରି ଭଞ୍ଜନଗର ଥାନା କୁ ଆଣିଥିଲେ। ଶନିବାର ରାତିରେ ସଂପୃକ୍ତ ନାବାଳିକାଙ୍କ ପରିବାର ଲୋକଙ୍କୁ ଥାନା କୁ ଡାକି ନାବାଳିକା ଦୁଇଜଣ ଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ଥାନା ଅଧିକାରୀ ଦାସ ସୂଚନା ଦେଇଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୮/୨୦୨୨---୮,୪୦ Sakhigopal News,28/8/2022