ୟୁ ବି ହାଇସ୍କୁଲରେ ୯୧ ମ୍ୟାଟ୍ରିକ ବ୍ୟାଚ୍ ତରଫରୁ ମୋ ସ୍କୁଲ ଅଭିଯାନ
ବିଦ୍ୟାଳୟରେ ୧୯୯୦ - ୯୧ ମ୍ୟାଟ୍ରିକ ବ୍ୟାଚ୍ ଛାତ୍ର ସଂସଦ ପକ୍ଷରୁ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ବିଦ୍ୟାଳୟ ର ଉନ୍ନତି ପାଇଁ ଚିନ୍ତା କରାଯାଇଛି। ଉକ୍ତ ବ୍ଯାଚ୍ ର ଆଲୁମିନି ମାନେ ସାଂପ୍ରତିକ ବିଦ୍ୟାଳୟ ରେ କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଙ୍କୁ ଏକ ଲକ୍ଷ ଟଙ୍କା ର ଚେକ୍ ପ୍ରଦାନ କରିଛନ୍ତି । ଏହି ଟଙ୍କାର ମ୍ୟାଚିଂ ଗ୍ରାଣ୍ଟ୍ ସହ ମୋଟ ତିନି ଲକ୍ଷ ଟଙ୍କା ବିନିମୟରେ କମ୍ପ୍ୟୁଟର ଇଣ୍ଟରନେଟ ଓ ଶାରୀରିକ ବିକାଶ ନିମନ୍ତେ ବିଭିନ୍ନ ପ୍ରକାରର ବ୍ୟାୟାମ ଉପକରଣ କ୍ରୟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମୋଟ ୩୦୦୦୦୦ ଟଙ୍କା ର ପ୍ରକଳ୍ପ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କୁ ଉତ୍ସର୍ଗ ପୂର୍ବକ ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି ଯେ ଆଗାମୀ ଦିନ ରେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଅନେକ ପ୍ରକଳ୍ପ ମଂଜୁରୀ ଅପେକ୍ଷାରେ ରହିଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସ୍ବାଇଁ ଙ୍କ ସମେତ ଗଂଜାମ ଏ ଡି ଇ ଓ ପବିତ୍ର ମୋହନ ସାହୁ , ଭଂଜନଗର ବି ଇ ଓ ଏସ୍ ଧନଞ୍ଜୟ, ପ୍ରଶାନ୍ତ କୁମାର ପ୍ରଧାନ , କେଦାର ନାଥ ସେଠୀ,
ଶଙ୍କର ପ୍ରସାଦ ପଟ୍ଟନାୟକ, ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ,ଅମିତ୍ କୁମାର ବେହେରା, ସନ୍ତୋଷ କୁମାର ବେହେରା, ଇପ୍ରିୟମ୍ ବଡରୟତ ,ଶିକ୍ଷୟିତ୍ରୀ ସସ୍ମିତା ନାୟକ, ବିଳାସିନୀ ଜେନା, ସପନେଶ୍ବରୀ ଦିଗାଲ , ବିଷ୍ଣୁ ପ୍ରିୟା ସ୍ବାଇଁ ଉପସ୍ଥିତ ଥିଲେ । ଶିକ୍ଷକ ଶ୍ୟାମ ପ୍ରସାଦ ମିଶ୍ର ଏହି ଆଲୁମିନି ମାନଙ୍କୁ ସାଧୁବାଦ ଜ୍ଞାପନ କରିବା ସହ ସକ୍ରିୟ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୮/୨୦୨୨---- ୭,୪୦ Sakhigopal News,27/8/2022