ମାଛ ଗୋଦାମରୁ ଚିଙ୍ଗୁଡି ମାଛ ଚୋରି କରିବା ଅଭିଯୋଗରେ ଜଣେ ଗିରଫ ; ମାରଣାସ୍ର ଜବତ
ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ସୁକଳ ଛକରେ ସବୀର ମଲ୍ଲିକ ଏକ ମାଛ ଗୋଦାମ କରିଛନ୍ତି । ୨୯ ତାରିଖ ରାତିରେ ସୁକଳ ବାହ୍ମଣପଡା ଗ୍ରାମର ସୁମନ ମଲ୍ଲିକ ମାଛ ଗୋଦାମରୁ ଚିଙ୍ଗୁଡି ମାଛ ଚୋରି କରିବା ସମୟରେ ଧରାପଡିଥିଲା । ଏହାକୁ ମାଛ ଗୋଦାମ ମାଲିକ ସବୀର ବିରୋଧ କରିବାରୁ ସୁମନ ଏକ ଭୁଜାଲିରେ ଆକ୍ରମଣ କରିଥିଲେ । ସେଠାରେ ସବୀରଙ୍କ ବାପା ଭଗବାନ ମଲ୍ଲିକ ପୁଅକୁ ରକ୍ଷା କରିବାକୁ ଯିବାରୁ ସୁମନ ଭଗବାନଙ୍କୁ ଆକ୍ରମଣ କରିଥିଲା । ଯାହାକି ଭଗବାନ ଏବେ ପୁରୀ ମେଡିକାଲରେ ଚିକିତ୍ସା ହେଉଛନ୍ତି । ସବୀରଙ୍କ ଲିଖିତ ଅଭିଯୋଗ କ୍ରମେ ୨୫୨/୨୦୨୨ରେ ଏକ ମାମଲା ରୁଜ କରି ସୁମନ ମଲ୍ଲିକ (୨୭)ଙ୍କୁ ଗିରଫ କରିବା ସହ ବ୍ୟବହୃତ ମାରଣାସ୍ର ଜବତ କରିଛି ପୋଲିସ । ସୁମନକୁ କୋର୍ଟ ଚାଲାଣ କରାଯାଇଥିବା ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୮/୨୦୨୨---୬,୪୦
Sakhigopal News, 31/8/2022