Breaking News

ଯୁବକଙ୍କର ଆତ୍ମହତ୍ୟା


ଭଞ୍ଜନଗର----  ଗାମୁଣ୍ଡି ଧୂଆଛାଇ ଗ୍ରାମର ଜଣେ ଯୁବକ ବେକରେ ରଶି ଲଗାଇ ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏସମ୍ପର୍କରେ ସଂପୃକ୍ତ ଯୁବକଙ୍କ ବାପା ତ୍ରିନାଥ ବିଷୋୟୀ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ  ଭିତ୍ତିକରି ଭଞ୍ଜନଗର ଥାନା ପକ୍ଷରୁ ୨୯/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଥାନା ଅଧିକାରୀ ଧୀରେଶ କୁମାର ଦାସ ଙ୍କ ସୂଚନା ପ୍ରକାରେ ଗାମୁଣ୍ଡି ଗ୍ରାମର ତ୍ରିନାଥ ବିଷୋୟୀ ଙ୍କ ପୁଅ ଶ୍ରୀକାନ୍ତ ବିଷୋୟୀ (୨୬) ଶନିବାର ରାତିରେ ନିଜ ଶୋଇବା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଛି। ପୁଲିସର ତଦନ୍ତ ଜାରୀ ରହିଛି ବୋଲି ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୮/୨୦୨୨---୮,୪୦  Sakhigopal News,28/8/2022 

Blog Archive

Popular Posts