ବର୍ଷା ଛକରେ ଅବକାରୀ ବିଭାଗର ଚଢ଼ାଉ,୫୫ ଗ୍ରାମ ଧଳାଜହର ଜବତ, ମହିଳା ଗିରଫ
ପିପିଲି---- ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପିପିଲି ଅବକାରୀ ଥାନା ଉପ-ନିରୀକ୍ଷକ ଶ୍ରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଓ ଜଟଣୀ ରାସ୍ତାରେ ଥିବା ପିପିଲି ଥାନା ଅଧୀନ ଵନସରା ଛକରେ ଚଢ଼ାଉ କରିଥିଲେ । ଜଣେ ମହିଳାଙ୍କୁ ଗିରଫ କରିଛି । ଯାହାଙ୍କ ନାମ ସୁଲୋଚନା ପଳେଇ ,ବୟସ -65 । ତାଙ୍କ ଠାରୁ 55 ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 5,50,000/-ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ପିପିଲି ଅବକାରୀ ଥାନା କେସ ନଂ -49/22-23 ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି । ଏହି ଚଢ଼ାଉରେ ଅବକାରୀ ASI ଶ୍ରୀ ସନ୍ତୋଷ ନାଏକ ଏବଂ କର୍ମଚାରୀ ଶ୍ରୀ ତପନ ପ୍ରଧାନ, ଦୀନବନ୍ଧୁ ବାରିକ, ସବିତା ସାହୁ,ଦୀପ୍ତି ରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ । ପିପିଲି ରୁ ବିଜୟ ମହାପାତ୍ର,୩୦/୮/୨୦୨୨ --- ୮,୪୦ Sakhigopal News,30/8/2022