ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ୟୁନିୟନର ପ୍ରତିବାଦ ପରେ କର୍ପୋରେଟ hospital କୁ ତାଗିଦ୍ କଲା ରେଳ କତୃପକ୍ଷ
ଜଟଣୀ --ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ରେଳ କର୍ମଚାରୀ ମାନଙ୍କ ହିତରେ ସଦା ସର୍ବଦା ପ୍ରୟାସ କରିଚାଲିଛି।ଏହି ଆଧାର ରେ ପୂର୍ବତଟ ରେଳବାଇ ର ହିତାଧିକାରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ନେଇ ସଂଗଠନ ୨୦୨୧ ମସିହାରୁ ପ୍ରତିବାଦ କରିଚାଲିଥିଲା।ସୂଚନା ମୁତାବକ ସ୍ଥାନୀୟ ଭୁବନେଶ୍ୱର ସ୍ଥିତ କିଛି ଘରୋଇ ହସ୍ପିଟାଲ ରେଳବାଇର ସମସ୍ତ ଓ ସେମାନଙ୍କ ପରିବାରବର୍ଗ କୁ ଦେୟମୁକ୍ତ ଚିକିତ୍ସା ସେବା ଯୋଗେଇଦେବାକୁ ଚୁକ୍ତି ସ୍ୱାକ୍ଷର କରିଥିଲା। କିନ୍ତୁ ବାରମ୍ବାର ବିଭିନ୍ନ ବାହାନା ରେ ଚିକିତ୍ସିତ ହେଉଥିବା ହିତାଧିକାରୀ ମାନଙ୍କୁ ଡିସଚାର୍ଜ ସମୟରେ ଆର୍ଥିକ ଶୋଷଣ କରୁଥିଲା ।ଏହାକୁ ପ୍ରତିବାଦ କରି ସଂଗଠନର ମହାମନ୍ତ୍ରୀ ଶ୍ରୀ ପ୍ରଦୀପ୍ତ କୁମାର ପାଟସାହାଣୀ ରେଲୱେ କର୍ତ୍ତୃପକ୍ଷଙ୍କ ଦୃଷ୍ଟିଗୋଚର କରିବା ସହ ଗତ ତା ୦୭.୧୦.୨୦୨୧ ରିଖ ରେ ରେଳ ଚିକିତ୍ସା ପ୍ରବନ୍ଧକ,ମୁଖ୍ୟ କର୍ମଚାରୀ ଅଧିକାରୀଙ୍କ ସହ ଏକ ବୈଠକ ରେ ନିଷ୍ପତ୍ତି ନିଆଗଲା କି କୌଣସି ଘରୋଇ ହସ୍ପିଟାଲ ଚିକିତ୍ସିତ ରେଲୱେ କର୍ମଚାରୀଙ୍କ ଠାରୁ କୌଣସି ଅର୍ଥ ନେବେ ନାହିଁ।ଏହି ବାବଦ ରେ ରେଳ ବିଭାଗ ତରଫରୁ ଏକ ନିର୍ଦେଶନାମା ତା ୨୯.୧୦.୨୦୨୧ ଦିନ ସମସ୍ତ ଘରୋଇ ଚୁକ୍ତିବଦ୍ଧ ହସ୍ପିଟାଲ କୁ ପ୍ରଦାନ କରାଯାଇଥିଲା।କିନ୍ତୁ ଏହାକୁ ଖାତିର ନକରି ଆମ୍ରି ହସ୍ପିଟାଲ ପୂର୍ବପରି ଅର୍ଥିକ ଶୋଷଣ କରିଚାଲିଥିଲା।ଇଶ୍ମାଇଲ ମୂର୍ମୁ ନାମକ ଜନୈକ ଚିକିତ୍ସାଧୀନ କର୍ମଚାରୀକୁ ୫୬୦୦୦ ଟଙ୍କା ଦାବି କରିବା ସହ ଚିକିତ୍ସା ସମୟରେ ମାନସିକ ଭାରସାମ୍ୟ ହରେଇ ମୂର୍ତ୍ୟୁବରଣ କରିଥିବା ତାଙ୍କ ଧର୍ମପତ୍ନୀଙ୍କ ପାର୍ଥିବ ଶରୀର ଦେବାକୁ ମଧ୍ୟ ୭୦୦୦ ଟଙ୍କା ପ୍ରଦାନ କରିବାକୁ ଆମ୍ରି ହସ୍ପିଟାଲ କର୍ତ୍ତୃପକ୍ଷ ଜୋର ଜବରଦସ୍ତ କରିଥିଲେ।ଏଥିରେ ଅତିଷ୍ଠ ହୋଇ ସଂଗଠନର ମହାମନ୍ତ୍ରୀ ଶ୍ରୀ ପାଟସାହାଣୀକଂ ନେତୃତ୍ୱରେ ରେ ବହୁ କର୍ମଚାରୀ ହସ୍ପିଟାଲ ସମ୍ମୁଖରେ ତା ୧୩.୦୮.୨୦୨୨ ଦିନ ଧାରଣାରେ ବସିଥିଲେ।ଧାରଣା ତୀବ୍ରତର ହେବାରୁ ଆମ୍ରି ହସ୍ପିଟାଲ କର୍ତ୍ତୃପକ୍ଷ ଆସି ଆପୋଷ ବୁଝାମଣା କରିବାକୁ ପ୍ରୟାସ କରିଥିଲେ।କିନ୍ତୁ ସଂଗଠନ ଜିଦ ରେ ଅଟକ ରହିଥିଲା କି ଯାହା ବି ନିଷ୍ପତ୍ତି ନିଆଯିବ ତାହା ରେଲୱେ କର୍ତ୍ତୃପକ୍ଷ କଂ ଉପସ୍ଥିତି ରେ ଲିଖିତ ରୂପରେ ହେବ।ଖୋର୍ଦ୍ଧା ମଣ୍ଡଳ ଚିକିତ୍ସା ଅଧିକ୍ଷକ କଂ ହସ୍ତକ୍ଷେପ ତଥା ଏହି ବିଷୟରେ ନିଷ୍ପତି ପାଇଁ ବୈଠକ ତାରିଖ ତା ୨୬.୦୮.୨୦୨୨ ନିର୍ଦ୍ଧାରଣ ହେବା ପରେ ସଂଗଠନ ଧାରଣରୁ ଓହରି ଥିଲା।ଏହି ଆଧାରରେ ନିର୍ଦ୍ଧାରିତ ତାରିଖରେ ଚନ୍ଦ୍ରଶେଖରପୁରସ୍ଥିତ ରେଲୱେ ମୁଖ୍ୟ କାର୍ଯ୍ୟାଳୟରେ ପୂର୍ବତଟ ରେଲୱେ ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକ,ଆମ୍ରି ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ଶ୍ରମିକ ୟୁନିୟନର ମହାମନ୍ତ୍ରୀ ଶ୍ରୀ ପାଟସାହାଣୀ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିଲା।ତଦନୁଯାୟୀ ଆମ୍ରି ହସ୍ପିଟାଲ ସମ୍ପୂର୍ଣ୍ଣ ଦେୟମୁକ୍ତ ଚିକିତ୍ସା ସେବା ଯୋଗାଇଦେବାର ଲିଖିତ ପ୍ରତିଶୃତି ସହ ରେଳ କର୍ତ୍ତୃପକ୍ଷଙ୍କ ସହ ସଂଶୋଧିତ ରାଜିନାମା ସ୍ୱାକ୍ଷରିତ ହୋଇଥିଲା।ଏହି ନିଷ୍ପତ୍ତି ସମସ୍ତ ରେଳ କର୍ମଚାରୀକୁ ଅସ୍ବସ୍ତି ଦେବା ସହ ସମସ୍ତ କର୍ମଚାରୀ ଶ୍ରମିକ ୟୁନିୟନ ର ଭୁରି ଭୁରି ପ୍ରଶଂସା କରିବା ସହ ସଂଗଠନ ର ମହାମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୮/୨୦୨୨---୮,୪୦ Sakhigopal News,27/8/2022