ବି.ଡି.ପୁର କଲେଜ ଛାତ୍ରଛାତ୍ରୀ ମାନଙ୍କ ଅଭୂତପୂର୍ବ ସଫଳତା
ଭଞ୍ଜନଗର--ଅନୁନ୍ନତ ଓ ପଛୁଆ ଅଞ୍ଚଳ ଭାବେ ଜଣାଶୁଣା ଜଗନ୍ନାଥ ପ୍ରସାଦ ବ୍ଳକ୍ । ଅଧିନ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଚଳିତ ବର୍ଷ +୩ ଓ +୨ କଳା ଓ ବିଜ୍ଞାନ ବିଭାଗରେ ବେଶ୍. ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରତି ବର୍ଷଭଳି ଏ ବର୍ଷ ମଧ୍ୟ +୩ କଳା ଓ ବିଜ୍ଞାନ ବିଭାଗରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରଥମ ୧୦ଜଣ ସ୍ନାତକ ଭିତରେ ମହାବିଦ୍ୟାଳୟର ଓଡିଆ ବିଭାଗ ଓ ଗଣିତ ବିଭାଗ ସୁନାମ ଅର୍ଜନ କରିଛି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଓଡିଆ ବିଭାଗରେ ପ୍ରଥମ ୧୦ଜଣ ସ୍ନାତକ ମଧ୍ୟରେ ମହାବିଦ୍ୟାଳୟର ଓଡିଆ ବିଭାଗ ଛାତ୍ରୀ ସୁଶ୍ରୀ ସଙ୍ଗୀତା ବିଷୋୟୀ -୩ୟ ରେଙ୍କ୍, ପୂଜାକର-୫ମ ରେଙ୍କ, ଏବଂ ରଶ୍ମିତା ସାହୁ-୧୦ମ ରେଙ୍କ ହାସଲ କରିଥିବା ବେଳେ ଗଣିତ ବିଭାଗରେ ବିଶ୍ବବିଦ୍ୟାଳୟର ପ୍ରଥମ ୧୦ଜଣ ସ୍ନାତକ ମଧ୍ୟରେ ଛାତ୍ରୀ ସୁଶ୍ରୀ ସାଇଶ୍ରୁତି ପାଣିଗ୍ରାହୀ -୬ଷ୍ଠ ରେଙ୍କ, ଅଶ୍ବିନୀ ତ୍ରିପାଠୀ ଓ ଅଶ୍ବିନୀ ମହାନ୍ତି -୮ମରେଙ୍କ, ଏବଂ ପ୍ରତୀକ୍ କୁମାର ନାୟକ ୧୦ମ ରେଙ୍କ ହାସଲ କରିଛନ୍ତି । ସେହିପରି ଚଳିତ ବର୍ଷ +୨ କଳା ଓ ବିଜ୍ଞାନ ରେ ମଧ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । +୨ ବିଜ୍ଞାନ ରେ ଛାତ୍ରଛାତ୍ରୀ ମାନେ ଶତପ୍ରତିଶତ ପାଶ୍ ହୋଇଥିବାବେଳେ କଳା ବିଭାଗରେ ଶତକଡା ୯୪ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । +୨ କଳା ପରୀକ୍ଷାରେ ମୋଟ ୬୦୦ ମାର୍କରୁ ଛାତ୍ରୀ ପ୍ରିୟଙ୍କା ବିଷୋୟୀ ୫୩୦ ନମ୍ବର, ଭୂମିକା ମହାରଣା ୫୨୨ , ରେଶ୍ମାରାଣି ବିଷୋୟୀ ୫୧୮, ଅଙ୍କିତା ବିଷୋୟୀ ୫୦୭,ରୂପାଲି ବିଷୋୟୀ ୫୦୮,ଏବଂ ସୁପ୍ରିୟା ନାୟକ ୫୨୧ ନମ୍ବର ରଖି ମହାବିଦ୍ୟାଳୟର ସୁନାମକୁ ଦ୍ବିଗୁଣିତ କରିଛନ୍ତି । ମହାବିଦ୍ୟାଳୟ ପରିଚାଳନା ସଭାପତି ଡଃ.ରାଜେନ୍ଦ୍ର ସ୍ବାଇଁ ଙ୍କ କଲେଜ ପ୍ରତି ଆନ୍ତରିକତା , ଅଧ୍ୟକ୍ଷ ଡଃ.ରମଣୀ ରଂଜନ ମିଶ୍ରଙ୍କ ଦକ୍ଷ ଓ ବଳିଷ୍ଠ ନେତୁତ୍ବ , ଏବଂ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ନିଃସ୍ବାର୍ଥପର ଗୁଣାତ୍ମକ ଶିକ୍ଷାଦାନ ଯୋଗୁଁ ହିଁ ଆଜି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏଭଳି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୮/୨୦୨୨----୩,୪୦ Sakhigopal News,22/8/2022