Breaking News

ପିଲାଙ୍କ ଦ୍ବାରା ଘର ଓଳାଇ ପ୍ରଧାନଶିକ୍ଷକ ହରଡ଼ଘଣାରେ



 
କଟକ----  ସମସ୍ତ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କର ଉପସ୍ଥାନ ହାର ବଢାଇବା ପାଇଁ ସରକାର ବିଦ୍ୟାଳୟ ପରିବେଶକୁ ସ୍ବଛ, ସୁନ୍ଦର, ସୌନ୍ଦର୍ଯ୍ୟମୟ ,ଭୟଶୂନ୍ଯ ବାତାବରଣ ସୃଷ୍ଟି ପାଇଁ ବିଭିନ୍ନ ନିତିନିୟମ କରିଛନ୍ତି । ପିଲାମାନଙ୍କୁ ବିଦ୍ୟାଳୟର କୌଣସି କାମରେ ନଲଗାଇବା ପାଇଁ  ସରକାରୀ ନିର୍ଦ୍ଦେଶ ମଧ୍ୟ ରହିଛି । ହେଲେ ଏସବୁ ଫୁ କରି ଉଡାଇ ଦେଇଛନ୍ତି କଟକ ଜିଲ୍ଲାର ଡମପଡା ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟ ଅଧୀନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ଜାମୁଡିହରେ । ପ୍ରଧାନଶିକ୍ଷକ ବିଶ୍ବଜିତ ବେହେରା ଓରଫ କାର୍ତ୍ତିକ ସାର୍  ବିଦ୍ୟାଳୟ ଗୃହ ଓ ସମ୍ମୁଖ ରାସ୍ତାକୁ ପିଲାମାନଙ୍କ ଦ୍ବାରା ଓଳାଇଛନ୍ତି । ନ ଓଳାଇଲେ ମାଡ ଦେବାର ଧମକ ମଧ୍ୟ ଦେଇଛନ୍ତି । ଏହା ଫଳରେ ପିଲାମାନେ ସ୍କୁଲକୁ ଯିବା ପାଇଁ ଅନିଛା ପ୍ରକାଶ କରିଛନ୍ତି । ଅଭିଭାବକ ମାନେ ଏ ବିଷୟରେ ଜାଣିବା ପରେ  ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଦ୍ୟାଳୟର ଅଭିଭାବକ ତଥା ଓ୍ବାର୍ଡ ସଭ୍ଯାଙ୍କ ସ୍ବାମୀ ଫକୀର ଦାସ ଆଜି ବାଙ୍କୀ ଥାନାରେ ଓ ଡମପଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।  ୭ମ ଶ୍ରେଣୀରେ ପଢ଼ୁଥିବା ତାଙ୍କର ଝିଅ ଗାୟତ୍ରୀ ଦାସକୁ ପ୍ରଧାନଶିକ୍ଷକ ବିଦ୍ୟାଳୟ ଶ୍ରେଣୀ ଗୃହ ଓ ରାସ୍ତା ଓଳାଇବା ପାଇଁ ବାଧ୍ୟ କରିଛନ୍ତି ।ଯାହା ଫଳରେ ସେ ବିଦ୍ୟାଳୟକୁ ପଢିବା ପାଇଁ ଯିବନାହି ବୋଲି କହିବାରୁ ଏ ସମସ୍ତ ଘଟଣା ପଦାକୁ ଆସିଥିଲା।  ଏହି ଖବର ପ୍ରସାରଣ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତେଜନା ସୃଷ୍ଟି ହୋଇଛି । ସରକାରଙ୍କ ନିୟମକୁ ଖୋଲାଖୋଲି ଉଲଘଂନ କରି ଏପରି କାର୍ଯ୍ୟ କରିଥିବା ପ୍ରଧାନଶିକ୍ଷକଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ , ଅଭିଭାବକ ଓ ଶିକ୍ଷାବିତ୍ ମାନେ ଦାବି କରିଛନ୍ତି ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୨୯/୮/୨୦୨୨---୯,୪୦  Sakhigopal News,29/8/2022

Blog Archive

Popular Posts