Breaking News

ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା, ମୃଣ୍ମୟ ମୂର୍ତିରେ କାରିଗରଙ୍କ ଶେଷ ସ୍ପର୍ଶ

 


ଜଟଣୀ ---- ମହାମାରୀ କରୋନା ଯୋଗୁଁ  ଦିର୍ଘ ୨ବର୍ଷର ବ୍ୟବଧାନପରେ ଚଳିତବର୍ଷ ଜଟଣୀର ପ୍ରସିଦ୍ଧ ଗଣେଶପୂଜାର ପ୍ରସ୍ତୁତି ଯୋରସୋର ଚାଲିଛି । ବିଭିନ୍ନ ବ୍ୟବସାୟୀକ ସଂଗଠନ ଓ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ସରିଛି । ଚଳିତବର୍ଷପାଇଁ ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ଅଗଷ୍ଟ ୩୧ ତାରିଖ ଠାରୁ ଆରମ୍ଭ ହେବ । ଏନେଇ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଁଚିଥିବା ବେଳେ କାରିଗରମାନେ ମୃଣ୍ମୟ ମୂର୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି । ଚଳିତବର୍ଷ ପ୍ରତିଯୋଗୀତାଭାବେ ପୂଜା ମଣ୍ଡପରେ ଗଜାନନ ତଥା ଜ୍ଞାନଦାତ୍ରା ପୂଜା ପାଇବେ ବୋଲି କୁହାଯାଉଛି । ରାଜ୍ୟ ଓ ରାଜ୍ୟ ବାହାରୁ କାରୀଗରମାନେ ଆସି ଦିର୍ଘ ଏକମାସ ପୁର୍ବରୁ ପ୍ରସ୍ତୁତକରି ବର୍ତମାନ ସମୟରେ ସେମାନଙ୍କ ନିଖୁଣ କଳାଶିଳ୍ପକୁ ଚୁଡାନ୍ତ ପର୍ଯ୍ୟାୟରେ ପହଁଚାଇଥିବାର ଦେଖିବାକୁ ମିଳିଛି । ବିଭିନ୍ନ ଆଲୋକସଜ୍ୱା ପାଇଁ କୋଲକତା, କଟକ,ଭୂବନେଶ୍ୱର,ପୁରୀ, ନିମାପଡା ଓ ଆଖପାଖ ଅଞ୍ଚଳର କାରିଗରମାନେ କାମ ଆରମ୍ଭ କରିସାରିଛନ୍ତି ।   ଅନ୍ୟ ପକ୍ଷରେ ଜଟଣୀ ସହରର ପ୍ରମୁଖ ପୂଜା ମଣ୍ଡପ ମଧ୍ୟରେ ଆକର୍ଷଣୀୟ ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇ ସାରିଛି । ପ୍ରତିବର୍ଷ ୧୩ରୁ ଉର୍ଦ୍ଧ୍ୱ ମୂଖ୍ୟ ମଣ୍ଡପରେ ପୂଜାର ଆୟୋଜନ କରାଯାଉଥିବା ବେଳେ ଚଳିତବର୍ଷ ଆହୁରି କେତୋଟି ପୂଜା ମଣ୍ଡପ ଜାକଜମକରେ ପୂଜାର ଆୟୋଜନ କରୁଛନ୍ତି । ଏହା ସହିତ ଛୋଟବଡ଼ ଅନେକ ପୂଜା ପେଣ୍ଡାଲ୍ ଜଟଣୀ ସହରର ବିଭିନ୍ନ ଗଳିକନ୍ଦିରେ ଆୟୋଜନ ହେବ । ସମୁହଙ୍କ ପ୍ରସ୍ତୁତିରେ ଜଟଣୀର ପ୍ରମୁଖ ଗଣେଶ ପୂଜା କିପରି ସରସ ସୁନ୍ଦର ହେବ ସେନେଇ ସ୍ୱତନ୍ତ୍ର କମିଟି ଏବଂ ବ୍ୟବସାୟମାନେ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଜଟଣୀ ଓ ଏହାର ଆଖପାଖ ଅଂଚଳରୁ ପୂଜା କମିଟି ପକ୍ଷରୁ ଜଟଣୀର ବିଭିନ୍ନ ଅଞ୍ଚଳରେ ମୁର୍ତ୍ତି କାରୀଗରମାନଙ୍କୁ ଅଗ୍ରୀମ ଦେଇ ମୃଣ୍ମୟମୁର୍ତ୍ତି ପାଇବାଲାଗି ଅପେକ୍ଷାରେ ରହିଛନ୍ତି । ତେବେ ଚଳିତବର୍ଷ ବହୁ ଆଧୁନିକ ଧରଣର ମୃଣ୍ମୟମୁର୍ତ୍ତି ସହରକୁ ଝଲମଲ କରିବ ବୋଲି ଏବେଠାରୁ ପ୍ରଚାରପ୍ରସାର ଆରମ୍ଭ ହୋଇଗଲାଣି ।

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୨୭/୮/୨୦୨୨---୧୨,୧୫        
 Sakhigopal News, 27/8/2022


Blog Archive

Popular Posts