Breaking News

ୟୁ ବି ହାଇସ୍କୁଲରେ ଜାତୀୟ କ୍ରୀଡା ଦିବସ




ଭଞ୍ଜନଗର : ---- ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ରେ କ୍ରୀଡା କିମ୍ବଦନ୍ତୀ ମେଜର୍ ଧ୍ୟାନଚାନ୍ଦ ଙ୍କ ଜନ୍ମ ତିଥି ଅବସରରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରକାରର ଖେଳ ପ୍ରତିଯୋଗିତା କରାଯାଇଥିଲା । କ୍ରୀଡା_ ଶିକ୍ଷୟିତ୍ରୀ ସପ୍ନନେଶ୍ୱରୀ ଦିଗାଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।ପ୍ରଧାନ ଶିକ୍ଷକ ଶ୍ରୀ ସ୍ବାଇଁ କହିଛନ୍ତି ଯେ  କ୍ରୀଡା ଶାରୀରିକ ବିକାଶ ଓ ବୈ।ଦ୍ଧିକ ପରିପକ୍ବତା ଆଣିଦେଇଥାଏ ।  ମୁଖ୍ୟଅତିଥି ଭଂଜନଗର ବି ଇ ଓ ଏସ୍ ଧନଞ୍ଜୟ  କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ  ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସ୍ବାଇଁ ଙ୍କ ସମେତ ପ୍ରଶାନ୍ତ କୁମାର ପ୍ରଧାନ , କେଦାର ନାଥ ସେଠୀ, ଶଙ୍କର ପ୍ରସାଦ ପଟ୍ଟନାୟକ, ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ,ଅମିତ୍ କୁମାର ବେହେରା, ସନ୍ତୋଷ କୁମାର ବେହେରା, ଇପ୍ରିୟମ୍ ବଡରୟତ ,ଶିକ୍ଷୟିତ୍ରୀ ସସ୍ମିତା ନାୟକ, ବିଳାସିନୀ ଜେନା, ସପନେଶ୍ବରୀ ଦିଗାଲ , ବିଷ୍ଣୁ ପ୍ରିୟା ସ୍ବାଇଁ , ମିନତି ବିଷୋୟୀ, ଜ୍ୟୋତ୍ସ୍ନା ରାଣୀ ନାୟକ ଉପସ୍ଥିତ ଥିଲେ ଏବଂ ଶିକ୍ଷକ ଶ୍ୟାମା ପ୍ରସାଦ ମିଶ୍ର ପ୍ରମୁଖ "କ୍ରୀଡା ପାଠ୍ୟକ୍ରମ ର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ " ବୋଲି ମତବ୍ୟକ୍ତ  କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୮/୨୦୨୨----୯,୪୦   Sakhigopal News,29/8/2022

Blog Archive

Popular Posts