ଭାର୍ଗବୀ ନଦୀ ବନ୍ଧରୁ ୨ଶହ ଫୁଟ ଲମ୍ବାର ମାଟି ଧସିଲା. ଉଚ୍ଚ ସ୍ତରୀୟ ତଦନ୍ତ ଦାବି
ସାକ୍ଷୀଗୋପାଳ--- ଭାର୍ଗବୀ ନଦୀରେ ବନ୍ୟା ପାଣି କମିବା ପରେ ଏବେ ନଦୀ ବନ୍ଧରୁ ପ୍ରାୟ ୨ଶହ ଲମ୍ବାର ମାଟି ଅତଡା ନଦୀ ମଧ୍ୟକୁ ଖସିଛି । ଯାହାକୁ ନେଇ ଆଖ ପାଖ ଗ୍ରାମବାସୀ ମାନେ ଏବେ ଭୟଭୀତ ହୋଇପଡିଛନ୍ତି । ସୁଚନାଯୋଗ୍ୟ ଯେ ଭାର୍ଗବୀ ନଦୀର ଗବକୁଣ୍ଡ କଟ ( ନୂଆନଇ) ବନ୍ଧର ଜମାରସୁଆଁ ନିକଟରେ ୨ଶହ ଫୁଟ ଲମ୍ମାର ମାଟି ଅତଡା ନଦୀ ମଧ୍ୟକୁ ଖସି ଯାଇଛି । ଏବେ ନଦୀ ବନ୍ଧ ପ୍ରତି ବିପନ ମାଡି ଆସିଛି । ପ୍ରତିବର୍ଷ ଏଠାରେ ମାଟି ଅତଡା ଧସିବାର ନଜର ରହିଛି । ଏହାର ସ୍ଥାୟୀ ନିରାକରଣ ପାଇଁ ସ୍ଥାନୀୟ ଗ୍ରାମବାସୀ ଓ ଜନପ୍ରତିନିଧି ମାନେ ଦାବି କରି ଆସୁଥିଲେ ମଧ୍ୟ ସେମାନଙ୍କ କଥା ପ୍ରତି ଗୁରୁତ୍ୱ ଦିଆଯାଉନାହିଁ । କାରଣ ଏହା ହେଉଛି ଠିକାଦାର ମାନଙ୍କୁ ପୋଷିବାର ବାଟ । ପ୍ରତିବର୍ଷ ପୁରୀଜଳସମ୍ପଦ ବିଭାଗ ପକ୍ଷରୁ ବାଲି ମୋରମ ପକାଯାଇ ଲକ୍ଷ ଲକ୍ଷ ଟଙ୍କାର ବିଲ କରାଯାଉଛି ବୋଲି ଅଭିଯୋଗ ହୋଉଛି । ଗବକୁଣ୍ଡ କଟର ଶର୍ଯ୍ୟା ଖନନ କରାଯାଉଛି । ମାତ୍ର କିଛି ଲାଭ ହେଉନାହିଁ । ଏହି ଖନନ ପାଇଁ ଲକ୍ଷାଧିକ ଟଙ୍କା ରାଜ୍ୟ ସରକାର ଜଗସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ଜଣାପଡିଛି । ଗୁରୁବାର ଠାରୁ ଏହି ନଦୀବନ୍ଧରେ ମାଟି ଅତଡା ଧସିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ପାଖରେ କୌଣସି ଖବର ନାହିଁ । ପ୍ରତିବର୍ଷ ଏହି ସ୍ଥାନରେ କାହିଁକି ଏପରି ଘଟଣା ଘଟୁଛି ତୁରନ୍ତ ଏକ ଟେକେନିକାଲ ଟିମ ଡକାଇ ଏହାର ତର୍ଜମା କରି ସଠିକ ଭାବେ କାମ କରିବା ପାଇଁ ଜମାରସୁଆଁ ଗ୍ରାମ ବାସୀ ମାନେ ଦାବି କରିଛନ୍ତି । ଯଦି ନଦୀରେ ବନ୍ୟା ଜଳ ପ୍ରବାହିତ ସମୟରେ ଏହି ଦୁଘଁଟଣା ଘଟିଥାନ୍ତା ତା ହେଲେ କକ୍ଷଣ ହୋଇଥାନ୍ତା ତାହା ଜଣାନାହିଁ । ଏବେ ଏକମାତ୍ର ଭଗବାନ ଭରସାରେ ନଦୀ ବନ୍ଧରହିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୮/୨୦୨୨----୧୦,୨୫ Sakhigopal News, 26/8/2022