Breaking News

ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ାଉ , ଜଣେ ଗିରଫ



ଭଞ୍ଜନଗର - ଭଞ୍ଜନଗର ଥାନା ଅନ୍ତର୍ଗତ ମା ସୋରାଦେବୀ ମନ୍ଦିର ନିକଟରେ ଭଞ୍ଜନଗର ଅବକାରୀ ବିଭାଗ ଚଢାଉ କରି ବାଇକ୍ ସହ ୧୩ କେଜି ଗଞ୍ଜେଇ ଜବତ କରିଛି ।  ସଂପୃକ୍ତ ଚାଲାଣକାରୀ  , ହିଜିଳି ଥାନା ଅନ୍ତର୍ଗତ ଶାସନ ଗ୍ରାମର   ସିମାଞ୍ଚଳ ଗୌଡ଼ (୩୨) କୁ ଗିରଫ କରିଛି ଅବକାରୀ ବିଭାଗ  ।  ଭଞ୍ଜନଗର ଅବକାରୀ ଅଧିକାରୀ ରମ୍ଭା ବାଗଙ୍କ ନେତୃତରେ ଏହି ଚଢାଉ କରାଯାଇଥିଲା । ସୂଚନା ପ୍ରକାରେ ,  ସିମାଞ୍ଚଳ ନିଜ ବାଇକ୍ ରେ  ଗଞ୍ଜେଇ ଧରି କନ୍ଧମାଳ ଜିଲ୍ଲା  ଫୁଲବାଣୀ-ରୁ ହିଜିଳିକାଟୁ ଅଭିମୁଖେ ଯାଉଥିଲା । ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ  ଅବକାରୀ ବିଭାଗ ଅଧିକାରୀ ଶ୍ରୀମତୀ ବାଗ ବିଭାଗୀୟ କର୍ମଚାରୀଙ୍କ ସହ ସୋରାଦେବୀ ମନ୍ଦିର ନିକଟରେ ଜଗିରହିଥିଲେ ।ସିମାଞ୍ଚଳ ଆସିବା କ୍ଷଣି ଅବକାରୀ କର୍ମଚାରୀ  ବାଇକ୍ କୁ ଅଟକାଇ ଯାଞ୍ଚ କରିବା ପରେ ଗଞ୍ଜେଇ ଥିବାର ଦେଖିବାକୁ ମିଳିଥିଲା । ଚାଲାଣକାରୀ  ସିମାଞ୍ଚଳଙ୍କୁ ଗିରଫ କରିବା ସହ  ଗଞ୍ଜେଇ ଓ ବାଇକ୍ ଜବତ କରିଥିଲେ । ଗିରଫ ପରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ସନାତନ ନାହାକ,ସୁବଳ ପ୍ରଧାନ,କୃଷ୍ଣଚନ୍ଦ୍ର ସେଠୀ ଓ ଜଗନ୍ନାଥ ମହାପାତ୍ର ଭାଗ ନେଇଥିଲେ ।
 ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୮/୨୦୨୨----୯,୨୦   Sakhigopal News,29/8/2022

Blog Archive

Popular Posts