କେତକୀପାଟଣା ପଞ୍ଚାୟତରେ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର କେତକୀପାଟଣା ଗ୍ରାମ ପଞ୍ଚାୟତରେ ଗୋପ ଓ ନିମାପଡା ବନ୍ୟା ପାଣି ନିଷ୍କାସନ ସଠିକ ନ ହୋଇ ପାରିବାରୁ ଲେଉଟାଣୀ ପାଣି ସତ୍ୟବାଦୀ ବ୍ଳକର କେତକୀପାଟଣା ଗ୍ରାମ ପଞ୍ଚାୟତରେ କୃତିମ ବନ୍ୟା ସୃଷ୍ଟି କରିଛି । ଏହାକୁ ନଜର କରି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ସେଗୁଡିକ ହେଲା ବିଶ୍ୱନାଥ ଦେଉଳି, ବାଲିଓପର, ନାୟକସାହି, ଦୁବପାଟଣା, ନହିରାଶାସନ ଓନନ୍ଦିଗୋରଡା ଆଦି ଗ୍ରାମ ଗୁଡଇକରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ବ୍ଳକର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଧୃବ ଚରଣ ଦାଶ, ରୁୟାଲଡେଭଲମେଣ୍ଟର ପ୍ରେଗାମ ମ୍ୟାନେଜର ଅନୟା ପଟ୍ଟନାୟକ, ପ୍ରେଗାମ ମ୍ୟନେଜର ଗୁଲସନ ଖାତୁନ, ସ୍ୱାତୀପିୟଦର୍ଶନୀ ଆଚାର୍ଯ୍ୟ ଓ ରାଜୀବ କୁମାର ସାହୁ ପ୍ରମୁଖ ସହଯୋଗରେ ରିଲିଫ ବଣ୍ଟନ କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୮/୨୦୨୨---୯.୧୦ Sakhigopal News, 25/8/2022