Breaking News

ଓଡିଶା ଅଣ ଗେଜେଟେଡ଼ କର୍ମଚାରୀ ସଂଘର ବୈଠକ


ଭଞ୍ଜନଗର ---8 ଭଞ୍ଜନଗର ଘୁମୁସର ଦକ୍ଷିଣ ବନ ବିଭାଗ ପରିସରରେ ଓଡିଶା ଅଣ ଗଜେଟେଡ଼ କର୍ମଚାରୀ ସମନ୍ୱୟ ସମିତି ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଦେଷ୍ଟା  ଶୁଳପାଣି ଶତପଥି, ସେକ୍ସନ ଅଧିକାରୀ  ଅଶୋକ ସାହୁ, କ୍ଷିପ୍ର ଲେଖକ  ବାଳ କୃଷ୍ଣ  ନାୟକ,ହିସାବ ରକ୍ଷକ ଶ୍ରୀ ତପନ ନାୟକ, ପାଣ୍ଡବ ଦୋରା, କନିଷ୍ଠ ସହାୟକ  ଅମରେନ୍ଦ୍ର ପ୍ରଧାନ, ଦିବ୍ୟରଞ୍ଜନ ମହାପାତ୍ର, କୁମାରୀ ଇତିଶ୍ରୀ ପରିଡା,ଓ ଘୁମୁସୁର ଦକ୍ଷିଣ ବନ ବିଭାଗର ପ୍ରମୁଖ ବନପାଳ ଓ ବନ ରଖି ତଥା ଫାଟକ ରଖି ସମୂହ ଯୋଗଦେଇଥିଲେ ।  ଜିଲ୍ଳା ସ୍ତରୀୟ ବାର୍ଷିକ ଉତ୍ସବକୁ ସଫଳ କରିବା ପାଇଁ ସହମତି ପ୍ରସ୍ତାବ ଦେଇଥିଲେ । ବନରଖି ଙ୍କ ପଦୋନ୍ନତି,ବନପାଳଙ୍କ ପଦୋନ୍ନତି ଓ macp ପ୍ରଦାନ,ଫାଟ କ ରକ୍ଷୀଙ୍କ ପେନସନ ପ୍ରଦାନ,କନିଷ୍ଠ ସହାୟକ ମାନଙ୍କର ମୂଳ ଗ୍ରେଡ ପେ ଇତ୍ୟାଦି ସମସ୍ୟା କୁ ନେଇ ଦାବିପତ୍ର ପ୍ରସ୍ତୁତି କରା ଯାଇ ଜିଲ୍ଳା ତଥା ରାଜ୍ୟ ସ୍ତରୀୟ ସଂଘକୁ ପଠାଇବା ପାଇଁ ସ୍ଥିର କରାଯାଇଥିଲା।
   ସର୍ବ ସମ୍ମତି କ୍ରମେ ଶାଖାର ସମ୍ପାଦକ ଭାବେ ଶ୍ରୀ ବାଳ କୃଷ୍ଣ  ନାୟକ ଏବଂ ମହିଳା ପ୍ରତିନିଧି ଭାବେ  ଶ୍ରୀମତୀ ରଶ୍ମିତା ଭୂୟାଁ ଙ୍କୁ  ମନୋନୀତ କରାଯାଇଛି । ଶେଷରେ ଶ୍ରୀ ଅଶୋକ ସାହୁ ଧନ୍ୟବାଦ ଦେଇ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୮/୨୦୨୨-----୯,୪୦     Sakhigopal News,30/8/2022
 

Blog Archive

Popular Posts