Breaking News

ପ୍ରତିଭା ସମ୍ମାନ ସହିତ ସମ୍ବର୍ଦ୍ଧନା ଉତ୍ସବ

ଭଞ୍ଜନଗର :-ଓଡ୍ର ଖଣ୍ଡାୟତ କାଳୀଂଜି ସମାଜ, କେନ୍ଦ୍ରପରିଷଦ ତରଫରୁ ମାଟ୍ରିକ, ଯୁକ୍ତ ଦୁଇ ର କୃତୀ ଛାତ୍ର, ଛାତ୍ରୀ ଓ ଜିଲ୍ଲା ପରିଷଦ, ସମିତିସଭ୍ୟ, ସରପଞ୍ଚ ମାନଙ୍କୁ ପ୍ରତିଭା ସମ୍ମାନ ଓ ସମ୍ବର୍ଦ୍ଧିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ କୁଳାଧିପତି ସନ୍ତୋଷ ଜେନା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ସାଂସଦ ପ୍ରମିଳା ବିଷୋୟୀ, ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଆସିକା ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ବିନେତା ସ୍ୱାଇଁ, କେନ୍ଦ୍ରପରିଷଦ ଉପସଭାପତି ବୃନ୍ଦାବନ ଖଟେଇ, ସଂଗଠନ ସମ୍ପାଦକ ଅନ୍ତର୍ଯ୍ୟାମୀ ସ୍ୱାଇଁ, ମୁଖ୍ୟ ସଂଗଠନ ସତ୍ୟନାରାୟଣ ସ୍ୱାଇଁ, କୋଷାଧ୍ୟକ୍ଷ ବିଭୁତି ଭୂଷଣ ଜେନା, ଉପଦେଷ୍ଟା କାଳିଚରଣ ନାୟକ, ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ ଜଗବନ୍ଧୁ ଜେନା, ସରୋଜ କୁମାର ପ୍ରଧାନ, ନରହରି ବିଷୋୟୀ, ଯୋଗେନ୍ଦ୍ର ପ୍ରଧାନ ଓ କୋରନାଥ ସ୍ୱାଇଁ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଏହିଅବସରରେ ତିନିଜଣ ଅତିଥି ଓ ମେଡିକାଲ ଅଫିସର ଡ. ତିରୁପତି ଜେନା, ସୁଶ୍ରୀ ପ୍ରଜ୍ଞା ସ୍ବାଇଁଙ୍କୁ କେଦ୍ରପରିଷଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ କଇଣ୍ଡି ଆଞ୍ଚଳିକ ପରିଷଦ ସମ୍ପାଦକ ସୁବାସ ଚନ୍ଦ୍ର ତାରିଣୀଙ୍କ ନେତୃତ୍ୱରେ ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ଅତିଥି ପରିଚୟ ଦେଇଥିଲେ ସମ୍ପାଦକ ନୀଳାଞ୍ଚଳ ପୋଲାଇ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଜଗବନ୍ଧୁ ଜେନା । ମାଟ୍ରିକ ର ପାଞ୍ଚ ଶହ, ଯୁକ୍ତ୨ ର ଚାରିଶହ ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ନିର୍ବାଚିତ ଜନପ୍ରତିନିଧି ଏକ ଶହ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କଇଣ୍ଡି ଅଞ୍ଚଳ ଓ ବନ୍ଥପଲ୍ଲୀ ପୂର୍ବତନ ସଭାପତି ସ୍ବର୍ଗତ ସୁବାସ ଚନ୍ଦ୍ର ସ୍ୱାଇଁ ଓ ଶ୍ୟାମସୁନ୍ଦର ସ୍ୱାଇଁ ଙ୍କ ସ୍ମୃତି ଉଦେଶ୍ୟରେ ଛଅ ଜଣ ଟପର ପୁଅ, ଝିଅ ଙ୍କୁ ସ୍ୱତନ୍ତ୍ର ପୁରସ୍କୃତ କରାଯାଇଥଲା । ସମସ୍ତ କାର୍ଯ୍ୟକ୍ରମ କୁ ମୁଖ୍ୟ ସଂଗଠକ ସତ୍ୟନାରାୟଣ ସ୍ୱାଇଁ ପରିଚାଳନା କରିଥିବାବେଳେ ଆସିକା ଅଂଚଳ ତରଫରୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀ, ଅଭିଭାବକ, ସମାଜ କର୍ମକର୍ତା ଙ୍କୁ ନେଇ ଭାଗ୍ୟଶାଳୀ ବିଜେତା ଚୟନ କରାଯାଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୮/୨୦୨୨----୯,୫୦     Sakhigopal News,29/8/2022

Blog Archive

Popular Posts