ଯୁବକକୁ ଆକ୍ରମଣ କରି , ଥାନାରେ ଅଟକ ବନରକ୍ଷୀ
ଭଞ୍ଜନଗର-- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ବାଙ୍କତାରା ନର୍ସରୀ ପରିସରରେ ବନରକ୍ଷୀ ବିନୋଦ ପାତ୍ର , ସାଗର ଗୌଡ ନାମକ ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ବନରକ୍ଷୀ ବିନୋଦ ପାତ୍ରଙ୍କୁ ବେଲଗୁଣ୍ଠା ପୁଲିସ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । ଏସଂକ୍ରାନ୍ତରେ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଅଭିଯୋଗକୁ ନେଇ ବେଲଗୁଣ୍ଠା ଥାନା କେସନଂ୨୪୯/୨୨ରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସାହୁ ସୁଚନା ଦେଇଛନ୍ତି । ଖବର ନେବାରେ ବଙ୍କତରା ବିଟର ବନରକ୍ଷୀ ବିନୋଦ ଙ୍କ ବଡ ଭାଇ ପ୍ରମୋଦ ପାତ୍ର ଓ ସାଗର ମିଶି କନ୍ଧନୂଆଁପଲ୍ଲୀ ଗ୍ରାମକୁ ମଦ୍ୟପାନ କରିବାକୁ ଯାଇଥିଲେ। ସାଗର ପ୍ରମୋଦକୁ ମଦପାନ କରିବାକୁ ଡାକି ନେଇଥିବା ଘଟଣାକୁ ନେଇ ସାଗର ଏକା ଫେରୁଥିବା ବେଳେ ବନରକ୍ଷୀ ବିନୋଦ ଓ ତାର ୩ ସହଯୋଗୀ ବଙ୍କତରା ଗ୍ରାମ ଠାରେ ଜଗିରହି ସାଗର ଆସିବା କ୍ଷଣି ତାଙ୍କୁ ଭଠାଇ ନେଇ ବଙ୍କତରା ନର୍ସରୀରେ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହା ଫଳରେ ସାଗର ଅଚେତ ହେବାରୁ ବିନୋଦ ଓ ତାର ସହଯୋଗୀ ଘଟଣାସ୍ଥଳରେ ଫୋପାଡି ଦେଇ ଚମ୍ପଟ ମାରିଥିଲେ ।ସାଗରର ଚେତା ଆସିବା ପରେ ସାଗର ଘରକୁ ଯାଇ ଘଟଣା ବିଷୟରେ ପରିବାର ଲୋକଙ୍କୁ କହିବା ପରେ ସାଗର ବେଲଗୁଣ୍ଠା ଥାନାରେ ଆସାମୀ ବିନୋଦ ପାତ୍ର ଓ ତାର ୩ ସହଯୋଗୀ ନାମରେ ଲିଖିତ ଅଭିଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୮/୮/୨୦୨୨-----୧୦,୪୦ Sakhigopal News,21/8/2022