Breaking News

ଶମ୍ବର ମାଂସ ଜବତ :ଆସାମୀ ଫେରାର


ଭଞ୍ଜନଗର--ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ ଅଧିନ ଜାଡଧାର ବିଟରେ ଥିବା ଜିରିପଡା ଜଙ୍ଗଲରୁ ଶମ୍ବର ଶିକାର କରି ତାର ମାଂସକୁ ଧରି ଆସୁଥିବା ବେଳେ ବନବିଭାଗ କର୍ମଚାରୀଙ୍କୁ ଦେଖି ଘଟଣାସ୍ଥଳରେ ଫେପାଡି ଦେଇ ଆସାମୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି ।  ଫେପାଡି ଦେଇଥିବା ମାସଂକୁ ଜବତ କରି କାର୍ଯ୍ୟଳୟକୁ ଅଣାଯାଇଥିଲା । ଏହାର ଓଜନ ଅନୁମାନିକ ୨୦ କେଜି ମାସ‍ଂ ହେବ ବୋଲି ବନାଞ୍ଚଳ ଅଧିକାରୀ ତାରାକାନ୍ତ ଉଦ୍ଗାତା କହିଛନ୍ତି । ଖବର ନେବାରେ ଉକ୍ତ ଅଞ୍ଚଳରେ ବିଭିନ୍ନ ଜୀବଜନ୍ତୁଙ୍କୁ ଶିକାରୀ ମାନେ ଶିକାର କରି ତାର ମାଂସକୁ ଖୋଲାଖୋଲି ବିକ୍ରି କରୁଥିଲେ । ସ୍ଥାନୀୟ ବନପାଳ ଦେଖୁଥିଲେ ମଧ୍ୟ ନିରବ ରହୁଥିବା ବାଟଘାଟ ଦୋକାନ ମାନଙ୍କରେ ଆଲୋଚନା ହେଉଥିବା ଜଣାପଡିଛି ।ବିଭିନ୍ନ ସମୟରେ ହାତୀ ଚଳପ୍ରଚଳ ହେଉଥିଲେ ମଧ୍ୟ ବନବିଭାଗ ତରଫରୁ କୈଣସି ଆଖି ଦୃଷ୍ଟିଆ ପେଟ୍ରୋଲିଂ ହେଉନଥିବା ମଧ୍ୟ ସେହି ଅଞ୍ଚଳରେ ଆଲୋଚନା ହେଉଛି ।ମାଂସକୁ ଜବତ କରିବା ପରେ ଆସାମୀକୁ ଧରିବା ପାଇଁ ତାରସିଂ ବନାଞ୍ଚଳ  ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ଉଦ୍ଗାତା ସୁଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୮/୨୦୨୨----୯,୨୫   Sakhigopal News,25/8/2022

Blog Archive

Popular Posts