Breaking News

ଗଣେଷ ପୂଜା ପାଇଁ ଡି.ଜେ ବୁକିଂ କୁ କେନ୍ଦ୍ରକରି ଗଣ୍ଡଗୋଳ , ଜଣେ ଗୁରୁତର ୨ ଆହତ



ଭଞ୍ଜନଗର - ଡିଜେ ବୁକିଂ କୁ କେନ୍ଦ୍ରକରି ଗଣ୍ଡଗୋଳ । ୩ ଜଣ ଆହତ ହୋଇଥିବା ବେଳେ  ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ରହିଛନ୍ତି ।  ଭଞ୍ଜନଗର ଥାନା ଅନ୍ତର୍ଗତ ଡିହପଡାଳ ପଞ୍ଚାୟତରରେ ଥିବା ତୁଳସୀପଲ୍ଲୀ ଗାଁ ରେ ଘଟିଛି ଏଭଳି ଘଟଣା । ସୂଚନା ପ୍ରକାରେ  ଗାଁ ରେ ହେବାକୁ ଥିବା ଗଣେଷ ପୂଜା ପାଇଁ ପ୍ରସ୍ତୁତି ଚାଲିଥିଲା । ତେବେ ପୂଜା ଶେଷରେ ହେବାକୁ ଥିବା  ଭସାଣି ପାଇଁ   ଡିଜେ ଆଣିବାକୁ ନେଇ ଆୟୋଜକ ଯୁବକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ତିନି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସମସ୍ତ ତିନି ଜଣ ଆହତ ହୋଇଥିଲେ । ସେଥିମଧ୍ୟରୁ  ଜଗନ୍ନାଥ ଶତପଥୀ ଗୁରୁତର ହୋଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ  ରାଜା ଜେନା ଓ ସୀତେଶ ପାଣିଗ୍ରାହ ସାମାନ୍ୟ  ଆହତ ଏମାନଙ୍କ ଘର ତୁଳସୀପଲ୍ଲୀ ଗ୍ରାମରେ ।ଏହି ଘଟଣାକୁ ନେଇ ୨ଜଣକୁ ଭଞ୍ଜନଗର ପୁଲିସ ଅଟକ ରଖି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାଶ କହିଛନ୍ତି ।ଖବର ନେବାର ଅଗଷ୍ଟ ୩୧ ତାରିଖ ହେବାକୁ ଥିବା ଗଣେଷ ପୂଜା ଭସାଣୀରେ ଯୋଗ ଦେବାକୁ ଥିବା ଡିଜେକୁ ନେଇ ରାଜୁ  ସୀତେଶ ଓ ଜଗନ୍ନାଥ ଙ୍କ   ମଧ୍ୟରେ କଥାକଟାକଟି ପରେ ଗଣ୍ଡଗୋଳର ଉଗ୍ରରୂପ ନେଇଥିଲା । ଶୁକ୍ରବାର ଅପରାହ୍ନରେ ଜଗନ୍ନାଥ ଘର ପାଖରେ ଠିଆ ହେଇଥିବା ବେଳେ ହଠାତ୍ ରାଜୁ ଓ ସୀତେଶ ଆଶି ଜଗନ୍ନାଥକୁ ଅତକିତ ଆକ୍ରମଣ କରିବାରୁ ଗୁରୁତର ହେବାରୁ ତାଙ୍କୁ ଉଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଯାଇଛି ।ଏହି ଘଟଣା ବଷୟରେ ଭଞ୍ଜନଗର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି  ରାଜୁ ଓ ସୀତେଶକୁ ଧରିଆଣି ଘଟଣା ବିଷୟରେ ତଦନ୍ତ ଜାରି ରଖିଛିି ପୁଲିସ ।ଏହି ଘଟଣକୁ ନେଇ ଭଞ୍ଜନଗର ଥାନାରେ ମାମଲା ହେଇଥିବା ଥାନା ଅଧିକାରୀ ଶ୍ରୀ ଦାଶ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୮/୨୦୨୨---୯,୫୦   Sakhigopal News,26/8/2022

Blog Archive

Popular Posts