ବଳଙ୍ଗାରେ ଧୁମ୍ଧାମ୍ରେ ଗଣେଶ ପୂଜା ପାଳିତ
ବଳଙ୍ଗା --- ଆଜି ବଳଙ୍ଗା ଓ ତାହାର ଆଖପାଖ ବିଭିନ୍ନ ଅଞ୍ଚଳ ପୁର ପଲ୍ଲୀରେ ବିଘ୍ନବିନାସକ ଗଜାନନଙ୍କ ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ପୁରୀ ଜିଲ୍ଲାର ବଳଙ୍ଗା,ଚକବଳଙ୍ଗା,ସମ୍ଭୁଭାରତୀପାଟଣା,ତୋଟାସାହି,ପ୍ରଧାନସାହି,ଗଡଚାନ୍ଦପୁର,ଖଣ୍ତାୟତପାଟଣା,ଉଚ୍ଛୁପୁର,ବରାହମପିଡି, ଗୋପିନାଥପୁର,ନାହାମଙ୍ଗ ଇତ୍ୟାଦି ଗ୍ରାମରେ ଯୁବ ଗୋଷ୍ଠି ତଥା ଗଣେଷ ପୂଜା କମିଟି ତରଫରୁ ମହାସମାରହରେ ପୂଜା ଅୟୋଜନ ହୋଇଯାଇଛି । ପୂଜା ତିନି ଦିନ ଧରି ହେବାକୁ ଥିବା ବେଳେ ପ୍ରଥମ ଦିବସରେ କଳାକାର ମାନଙ୍କ ଦ୍ଵାରା ଏକ ଭଜନ କର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା ।ସେହିଭଳି ବିଘ୍ନ ବିନାଶକ ଗଣପତିଙ୍କ ପୂଜାର୍ଚ୍ଚନା ପାଇଁ ବଳଙ୍ଗା ଓ ତାହାର ଆଖପାଖ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ କ୍ଲବରେ ରଙ୍ଗବେରଙ୍ଗର ତୋରଣ ସାଙ୍ଗକୁ ସୁସଜ୍ଜିତ ଗଣିପତିଙ୍କ ମୃଣ୍ମୟ ମୂର୍ତ୍ତି ଶ୍ରଦ୍ଧାଳୁମାନଙ୍କୁ ବେଶ ଆକର୍ଷିତ କରିଛି । ଅନ୍ୟପକ୍ଷରେ ,ବଳଙ୍ଗା ଅଞ୍ଚଳର ଶିକ୍ଷାନୁଷ୍ଠାନ ନିଗମାନନ୍ଦ ସରଶ୍ବତ ଶିଶୁ ବିଦ୍ୟା ମନ୍ଦିର,ଅଙ୍ଗନଓ୍ବାଡି,କଲେଜ ଛକ ସରଶ୍ବତୀ ଶିଶୁ ବିଦ୍ୟାମନ୍ଦିର ବିଭିନ୍ନ କ୍ଲବ୍, କଲେଜ, ବିଦ୍ୟାଳୟ, ଶିଶୁ ବିଦ୍ୟାମନ୍ଦିରରେ ପୂଜା କାର୍ୟ୍ୟ ସମ୍ପନ୍ନ ହୋଇଛି ।
ବଳଙ୍ଗାରୁ ମନୋଜ କୁମାର ପ୍ରଧାନଙ୍କ ରିର୍ପୋଟ, ୩୧/୮/୨୦୨୨—୬,୪୦
Sakhigopal News, 31/8/2022