Breaking News

ତାରାସିଙ୍ଗି ବନାଞ୍ଚଳ ରେ ବୁଲୁଛି ଅସୁସ୍ଥ ଦନ୍ତାହାତୀ , ଆକ୍ରମଣ ରୁ ଅଳ୍ପକେ ବତ୍ତିଲେ ବନପାଳ


ଭଞ୍ଜନଗର- ଉତ୍ତର ଘୁମୁସର ବନଖଣ୍ଡ ର ତାରସିଂ ବନାଞ୍ଚଳ ଅନ୍ତର୍ଗତ  ଘୋଗଡ ସେକ୍ସନ୍ ର ବଡଗୁଣ୍ଡୁରିବାଡି ଜଙ୍ଗଲରେ ଗତ କିଛିଦିନ ହେଲା ଏକ ଦନ୍ତାହାତୀ ଅସୁସ୍ଥ ଅବସ୍ଥାରେ ଘୁରି ବୁଲୁଛି । ସ୍ଥାନୀୟ ବନପାଳ ମାନସରଂଜନ ପ୍ରଧାନ କିଛି ବନରକ୍ଷୀ ଓ  ହାତୀ ସ୍କ୍ୱାର୍ଡ ମିଶି ବଡଗୁଣ୍ଡୁରିବାଡି ଜଙ୍ଗଲକୁ ଯାଇଥିଲେ । ଅସୁସ୍ଥ ଦନ୍ତାହାତୀର ଗତିବିଧି ଉପରେ ନଜର ରଖିବା ପାଇଁ ।  ସେହି ସମୟରେ , ଜଙ୍ଗଲରୁ କିଛି ହାତୀ  ଆସି ଉକ୍ତ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ମାଡି ଆସିଥିଲେ । ବନ କର୍ମଚାରୀ ମାନେ ଜୀବନ ବଞ୍ଚେଇବାକୁ  ଦୌଡ଼ିକି ପଳାଇ ଆସିଥିଲେ ।  ସେହି ସମୟରେ ବନପାଳ ମାନସରଂଜନ ପ୍ରଧାନ ତଳେ ପଡିଯାଇଥିଲେ । ଘଟଣା ସ୍ଥଳରୁ ବନପାଳ ମାନସରଞ୍ଜନ ଙ୍କୁ   ସ୍କ୍ବାର୍ଡ କର୍ମଚାରୀ ସାହସର ସହ ଉଧାର କରିଥିଲେ । ଖବର ବନାଞ୍ଚଳ ଅଧିକାରୀ ତାରାକାନ୍ତ ଉଦଗାତା ଘଟଣାସ୍ଥଳରେ ପହଞ୍ଚି  ଅସୁସ୍ଥ ଦନ୍ତାହାତୀ ଉପରେ ନଜର ରଖିବା ସହ ହାତୀ ପଲ ଯେଭଳି ଜନବସତି ମୁହାଁ ନହେବେ ସେ ଦିଗରେ ଦୃଷ୍ଟି ଦିଆଯାଉଛି ବୋଲି କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୮/୨୦୨୨---୮,୨୦  Sakhigopal News,28/8/2022

Blog Archive

Popular Posts