Breaking News

ନୟାଗଡ, ଖଳିସାହି,ଆଡ଼କଟା ପୂର୍ତ୍ତ ବିଭାଗ ରାସ୍ଥାରେ ବିପଦ ସଙ୍କୁଳ ଶୁଖିଲା ଆମ୍ବ ଗଛ

Nayagarh, Khalisahi, near Kata Purtha section road is dangerous dry mango tree
ନୟାଗଡ଼ ---- ନୟାଗଡ଼  ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ,ଖଳିସାହିଠାରୁ,ଆଡ଼କଟାଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା। ଏହି ରାସ୍ତା ଉପରେ ଶୁଖିଲା ଆମ୍ବ ଗଛ ବିପଦ ସଙ୍କେତ ଭାବେ ଠିଆ ହୋଇଛି। ଏହି ଆମ୍ବ ଗଛ ବହୁ ବର୍ଷ ର ପୁରୁଣା ଗଛ ହୋଇଥିବା ବେଳେ ଏହା ଅନେକ ଦିନ ହେବ ମରିଗଲାଣି । ଗଛଟି ଏବେ ସୁଖୀ ଠିଆହୋଇ ରହିଛି ରାସ୍ତା ପାଶ୍ୱରେ । ପଥଚାରି ହୁଅନ୍ତୁ କିମ୍ବା କୌଣସି ଗାଡି ମୋଟର ହେଉ ଯିବା ଆସିବା ବେଳେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଦୈନିକ ଏହି ରାସ୍ତାରେ ବସ ଠାରୁ ଆରମ୍ଭ କରି ସହ ସହ ଗାଡି ମୋଟର ଯାଇ ଥାଏ । ଏହି ରାସ୍ତାର ଅଁଳାପଟାରୁ ଗୁରିଆବାରି ଆସିବା ବେଳେ ଓ ଅଁଳା ପଟାଗାଁରାସ୍ତା ପାଶ୍ୱରେ ଏବଂ କିଆଝର ଗାଁଛକରେ ଶୁଖିଲା ଆମ୍ବ ଗଛ ଠିଆ ହୋଇ ରହିଛି । ରାସ୍ଥା ରେ 15ରୁ ଉର୍ଦ୍ଧ୍ବ ଆମ୍ବଗଛ ସୁଖୀ ରହିଛି। ବିଭାଗୀୟ ଅଧିକାରୀ ଏହି ଗଛ ସମ୍ପର୍କରେ ସବୁ ଜାଣି ମଧ୍ୟ ନ ଜାଣିଲା ପରି ରହୁଥିବାରୁ ଏହା ଏବେ ଲୋକଙ୍କ ପାଇଁ କାଳ ସଦୃଶ୍ୟ ହୋଇଛି।କେତେବେଳେ କାହା ଉପରେ ଏହି ଗଛ ପଡ଼ିବ କହି ହେବନାହିଁ ।  ବେଳ ହୁଁ ସାଵଧାନ ନହେଲେ ଅଯଥାରେ ଲୋକଙ୍କ ମୂଲ୍ୟବାନ ଜୀବନ ହାନିହେବ। ଆମ ପ୍ରତିନିଧି ଏହି ଘଟଣା ଦିଗରେ ବିଭାଗୀୟ ଅଧିକାରୀ ଙ୍କୁ ଅଵଗତ କରିଥିଲେ ମଧ୍ୟ କୌଣସି ପଦେକ୍ଷପ ନିଆଯାଇ ନାହିଁ।ଏଣୁ ଏ ଦିଗରେ ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ  ସାଧାରଣ ରେ ଦାବି ହେଉଛି।
ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୧/୮/୨୦୨୨----୯,୧୦    Sakhigopal News,11/8/2022

Popular Posts