ଉଜୁଡିଗଲା ଧାନ ସହିତ ପନିପରିବା ଚାଷ
ସାକ୍ଷୀଗେ।।ପାଳ ------ ସତ୍ୟବାଦୀ ବ୍ଳକର ପ୍ରାୟ ୬ ଗୋଟି ଗ୍ରାମ ପଞ୍ଚାୟତରେ ଧାନ ସହିତ ପନିପରିବା ଚାଷ ସମ୍ପୁର୍ଣ୍ଣ ଉଜୁଡି ଯାଇଛି । ଚାଷୀ ପରିବାର ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଯଦି ବା ଭାର୍ଗବୀ ନଦୀ କଣ୍ଡିଆରେ କରାଯାଇଥିବା ପନିପରିବା ଚାଷ ଏବେ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ବନ୍ୟା ପାଣି ମାଡି ଯିବା ସହ ପଟୁମାଟି ମାଡି ଯାଇଛି । ନଦୀ କଣ୍ଡିଆରେ କରାଯାଇଥିବା କଖାରୁ, ବିନି, ପୋଟଳ, କଲରା, ଲଙ୍କା ,ଭେଣ୍ଡି, ପୋଇ ଆଦି ପନିପରିବା ଏବେ ନଷ୍ଟ ହୋଇଯାଇଛି । ଅନ୍ୟ ପକ୍ଷେ ଲେଡଟୁଆଣି ବନ୍ୟା ପାଣି ସତ୍ୟବାଦୀ ବ୍ଳକର ବିଭିନ୍ନ ପଞ୍ଚାୟତରେ ପାଣି ମାଡିଯିବାରୁ ଗହିର ମାନଙ୍କରେ କରାଯାଇଥିବା ଧାନ ଓ ପନିପରିବା ଚାଷ ଏବେ ନଷ୍ଟ ହୋଇଯାଇଛି । ଏହି ପାଣି ଛାଡିବାକୁ ଆଉ ଏକସପ୍ତାହ ଲାଗିଯିବ ବୋଲି ଚାଷୀ ମାନେ କହନ୍ତି । ସେତେବେଳେକୁ ଧାନ ରୋଇବାର ସମୟ ପଳାଇଥିବ । ଏଣୁ ଧାନ ଫସଲ ନଷ୍ଟ ହୋବ ବୋଲି ଆଶଙ୍କା କରିଛନ୍ତି ଚାଷୀ ମାନେ । ସେହିପରି ପନି ପରିବା ଚାଷ ଆଉଥଲେ ହେବ ମାତ୍ର ଗଛ ହୋଇ ଫଳ ଧରିବାକୁ ପ୍ରାୟ ଏକ ମାସ ସମୟ ଲାଗିଯିବ ବୋଲି ଚାଷୀ ମାନେ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୮/୨୦୨୨---୯,୧୦
Sakhigopal News, 25/8/2022