୪୦ଜଣ ବ୍ଳକ ଅଧ୍ୟକ୍ଷ ଅଧ୍ୟକ୍ଷା ସତ୍ୟବାଦୀ ବନ ବିଦ୍ୟାଳୟ ଓ ଗୋପବନ୍ଧୁଙ୍କ ଷଠୀଘର ବୁଲିଲେ
ସାକ୍ଷୀଗୋପାଳ ---- ୪୦ ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟାକ୍ଷା ସତ୍ୟବାଦୀ ବ୍ଳକର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଖୁସି ମତବ୍ୟକ୍ତ କରିଥିବା ଜଣାପଡିଛି । ବରଗଡ, ସୋନପୁର, କେନ୍ଦୁଝର,ମାଲକାନାଗିରି ଓ ଅନୁଗୁଳ ଜିଲ୍ଲାର ୪୦ ଜଣ ବ୍ଳକ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ସତ୍ୟବାଦୀ ବ୍ଳକର ବନ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ,ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଷଠୀଘର ସହିତ ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ଗୋଟିଏ ସ୍ଥାନରେ ନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟ, ପାଠାଗାର, ମିଶନଶକ୍ତି ଗୃହ, ପାର୍କ ଓ ପଞ୍ଚାୟତ କାର୍ଯ୍ୟନିବାହୀଙ୍କ କ୍ୱାଟର ଶୁକ୍ରବାର ଦିନ ବୁଲିକି ଦେଖିଥଲେ । ବିଶେଷ କରି ବିଦ୍ୟାଧରପୁର ପଞ୍ଚାୟତରେ ଗୋଟିଏ ସ୍ଥାନରେ ଏପରି ୫ଟି କାର୍ଯ୍ୟ ଦେଖି ଆସିଥିବା ବ୍ଳକ ଅଧ୍ୟକ୍ଷ ଅଧ୍ୟକ୍ଷା ମାନେ ଖୁସି ମତବ୍ୟକ୍ତ କରିବା ସହ ସ୍ଥାନୀୟ ସରପଞ୍ଚ ଦୁଃଶାସନ ପ୍ରଧାନଙ୍କୁ ଏ ଅର୍ଥ କେଉଁଠାରୁ ଆଣି ଖର୍ଚ୍ଚ କରିବା ସମ୍ପର୍କେ ପଚାରି ବୁଝିଥିଲେ । ଏମାନଙ୍କ ସହିତ ଏପିଡି ତାଲିମ ତୃପ୍ତି ବଡଜେନା, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବିଡିଓ ଦାୟତ୍ୱରେ ଥିବା ତହସିଲଦାର ଜୟନ୍ତ କୁମାର ଜୟସିଂ, ଏବିଡିଓ ଅରକ୍ଷିତ ବେହେରା, ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୮/୨୦୨୨----୪,୫୦
Sakhigopal News, 27/8/2022