Breaking News

ଲାନ୍ଥନଦୀ ରୁ ଯୁବତୀ ଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ,ହତ୍ଯା ସନ୍ଦେହ, ଅଞ୍ଚଳ ରେ ଭୟର ବାତାବରଣ


 
 
ବଲାଙ୍ଗୀର--- ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କରମଲଗା ଗାଁ ଲାନ୍ଥନଦୀ ଘାଟରୁ ମିଳିଛି ଏକ ମୁଣ୍ଡ ବିହୀନ ଯୁବତୀଙ୍କ ମୃତଦେହ । ଉଦ୍ଧାର କରିଛି ସଇଁନ୍ତଲା ପୋଲିସ।  କମରଲଗା ଗାଁ ଲୋକେ ସକାଳୁ ନଦୀକୁ ଯାଇଥିବା ବେଳେ ନଦୀରେ ଏକ ଶବ ଭାସୁଥିବା ଓ କୂଳରେ ପ୍ରବଳ ରକ୍ତ ପଡିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ର ସାହାର୍ଯ୍ଯ ରେ ଶବ କୁ ବାହାରକୁ ଅଣାଯିବାପରେ ତାର ମୁଣ୍ଡ ନଥିବା ଜଣା ପଡିଥିଲା । ଓ ଶବଟି ଗୋଟିଏ ଯୁବତୀଙ୍କ ବୋଲି ସ୍ପଷ୍ଟ ହୋଇଛି । ବୟସ ପାଖାପାଖି ୨୦-୨୫ ମଧ୍ୟରେ ହେବ। ସେ କଳା ରଂଗର ଏକ ଟି ସାର୍ଟ ସହ କଳା ରଂଗର ଫୁଲ ପେଣ୍ଟ ପିନ୍ଧିଥିବା ଜଣାପଡିଛି ।  ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିନଥିବା ବେଳେ ପୋଲିସ ଓ ଅଗ୍ନିଶମ ବାହିନୀ ମିଳିତ ଭାବରେ ମୁଣ୍ଡ କୁ ନଦୀ ଓ ଆଖପାଖ ସ୍ଥାନରେ ଖୋଜୁଥିଲେ ସୁଦ୍ଧା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରି ନାହିଁ । ଘଟଣା ସ୍ଥଳରେ ୪ଜଣ  IIC  ସହ ଟିଟିଲାଗଡ  SDPO  ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ଘଟଣା ସ୍ଥଳରେ ତଦନ୍ତ ଜାରୀ ରଖିଛନ୍ତି  । ସଇଁନ୍ତଲା ଅଚଂଳର ବିଭିନ୍ନ ସ୍ଥାନରେ ହୋଇଥିବା ହୋଇଥିବା ଅପରିଚିତ ଯୁବତୀ ହତ୍ଯାକାଣ୍ଡ ଭଳି ଏହା ପୁଣି ଏକ ହତ୍ଯାକାଣ୍ଡ ଯାହାକି ଅଞ୍ଚଳରେ ୪ନଂ ସିରିଏଲ କିଲିଂ ବୋଲି ଜଣାପଡିଛି । ଏଭଳି ହତ୍ଯାକାଣ୍ଡ ଯୋଗୁଁ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଥିବା ବେଳେ ପୋଲିସ ତୁରନ୍ତ ଦୋଷୀ କୁ ଧରିବା ପାଇଁ ସାଧାରଣ ରେ ଦାବୀ  ହୋଇଛି  ।

ସାଇଁତଲା ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ ,୨୫/୮/୨୦୨୨----୯,୪୦  Sakhigopal News,25/8/2022

Blog Archive

Popular Posts