ଅଟୋମେଟିକ ଖୋଲିଗଲା କୁଆଁରିଆ ଗେଟ ନଦୀରେ ପାଣି ଦେଖି ଲୋକ ଆଶ୍ଚର୍ଯ୍ୟ
ନୟାଗଡ ----- ଅଟୋମେଟିକ ଖୋଲିଗଲା କୁଆଁରିଆ ଜଳଭଣ୍ଡାରର ଗେଟ । ଏହି ଗେଟ କୁ କୁଆଁରିଆ କାର୍ଯ୍ୟାଳୟ ପକ୍ଷ ରୁ କୌଣସି କର୍ମଚାରୀ ଖୋଲି ନଥିବା ବେଳେ ହଠାତ ଖୋଲି ଯାଇଥିଲା କୁଆଁରିଆ ଜଳ ଭଣ୍ଡାର ର ୫ ନଂ ଗେଟ । ଫୁଟେ କିମ୍ବା ଦୁଇଫୁଟ ନୁହେଁ ସମ୍ପୂର୍ଣ୍ଣ ଭାବେ ଉପରକୁ ଉଠିଯାଇଥିଲା ଏହି ଗେଟ । ଫଳରେ କୁଆଁରିଆ ଜଳ ଭଣ୍ଡାର ରୁ ପ୍ରଖର ଭାବେ ପାଣି ନିଷ୍କାସନ ହେବା ସହ କୁଆଁରିଆ ନଦୀ ର ଦୁଇ କୂଳ ଖାଇ ପ୍ରବାହିତ ହୋଇଥିଲା ଏହି ଜଳ । କିଛି ସମୟ ପାଇଁ ସୃଷ୍ଟି ହୋଇଥିଲା ବନ୍ୟା । ନଦୀରେ ହଠାତ ଜଳ ଦେଖି ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ । ସୂଚନା ଯୋଗ୍ୟଯେ, ବର୍ଷା ଲାଗି ରହିଥିବା ବେଳେ କୁଆଁରିଆ ଜଳ ଭଣ୍ଡାର ର ଜଳ ସ୍ତର ବୃଦ୍ଧି ପାଇଛି । ଜଳ ସ୍ତର ବୃଦ୍ଧି କୁ ଦେଖି ଶୁକ୍ରବାର ଦିନ ଜଳ ଭଣ୍ଡାର ର ୨ ନଂ ଗେଟ କୁ ଖୋଲା ଯାଇ ଦିନ ୨ ଘଣ୍ଟାରେ ବନ୍ଦ କରାଯାଇଥିଲା । ମାତ୍ର ଗେଟ ବନ୍ଦ ର କିଛି ସମୟ ପରେ ହଠାତ ୫ ନମ୍ବର ଗେଟ ଟି ଖୋଲି ଯାଇଥିଲା । ଖବର ପାଇ କୁଆଁରିଆ ଜଳ ସେଚନ ବିଭାଗ ର କନିଷ୍ଠ ଯନ୍ତ୍ରୀ ସେଠାରେ ପହଞ୍ଚି ଖୋଲି ଯାଇଥିବା ଗେଟ କୁ ବନ୍ଦ କରିଥିଲେ । ମାତ୍ର ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଙ୍କୁ ପଚାରିବାରୁ ସେ କହିଥିଲେ ଯେ ଦୀର୍ଘଦିନ ଧରି ଏହି ଗେଟ ଟି ଖୋଲୁ ନ ଥିଲା । ଫଳରେ ଆମେ ଏହାର ବିଦ୍ୟୁତ ସଂଯୋଗ ବନ୍ଦ କରି ଦେଇଥିଲୁ । ମାତ୍ର ବିଦ୍ୟୁତ୍ ଚାର୍ଜ ହୋଇ ଏହି ଗେଟ ଖୋଲିଯାଇଥିଲା ଏବେ ସବୁ ଠିକ ଅଛି । କୁଆଁରିଆ ଜଳ ଭଣ୍ଡାର ରେ ଅଧିକ ଜଳ ଥିବାରୁ ଏହାର ୨ନଂ ଗେଟ କୁ ସନ୍ଧ୍ୟା ୭ ଘଣ୍ଟିକା ସମୟ ରେ ପୁଣି ଖୋଲା ଯିବ ବୋଲି ସେ ପ୍ରକାଶ କରିଥିଲେ । କିନ୍ତୁ ବର୍ଷା ଲାଗି ରହିଥିବା ବେଳେ ଜଳଭଣ୍ଡାର ର ଜଳସ୍ତର ବୃଦ୍ଧି ପାଉଛି ଏବଂ କୁଆଁରିଆ ଜଳ ଭଣ୍ଡାର ରୁ ଜଳ ଛଡ଼ାଯିବା ସମୟ ରେ ନଦୀ କୁଳିଆ ଲୋକ ମାନଙ୍କୁ ନଦୀ କୁ ଯିବାକୁ ବାରଣ କରାଯାଇଛି । ଯାହାକି ବିଭାଗୀୟ କର୍ମଚାରୀ ଙ୍କ ଉପସ୍ଥିତିରେ ଗେଟ ଖୋଲା ଯାଇଥାଏ । ଯଦି ଏଭଳି ଅଟୋମେଟିକ ଗେଟ ସମ୍ପୂର୍ଣ ଭାବେ ଖୋଲି ଯାଏ ତେବେ ଏହା ନିଶ୍ଚିତ ବିପଦ ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି । କୁଆଁରିଆ ଜଳ ଭଣ୍ଡାର ର ସମସ୍ତ ଗେଟ ଯାଞ୍ଚ ପାଇଁ ସାଧାରଣ ରେ ଦାବି ହେଉଛି । ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୦/୮/୨୦୨୨----୧୨,୪୫ Sakhigopal News,20/8/2022