ଲୋକଙ୍କୁ ନିରାପଦ ସ୍ଥାନକୁ ନେଲା ସତ୍ୟବାଦୀ ପ୍ରଶାସନ
ସାକ୍ଷୀଗୋପାଳ------ନଦୀରେ ଜଳସ୍ତର କମିବା ପରେ ସତ୍ୟବାଦୀ ବ୍ଳକର କେତକୀପାଟଣା ଗ୍ରାମ ପଞ୍ଚାୟତରେ ଏବେ ବନ୍ୟାର ତାଣ୍ଡବ ଲୀଲା ଦେଖିବାକୁ ମିଳିଛି । ଅପରାହ୍ନରେ ବନ୍ୟା ପାଣି ନିଷ୍କାସନ ସଠିକ ନ ହୋଇ ପାରିବାରୁ ପ୍ରଥମେ ଗହିର ବୁଡିବା ପରେ ଏବେ ଗ୍ରାମ ମଧ୍ୟରେ ପ୍ରବେଶ କରିଛି ବନ୍ୟା ପାଣି । ସେମାନଙ୍କୁ ସୁରକ୍ଷାକୁ ନର୍ଜର କରି ବିଶ୍ୱନାଥ ଦେଉଳି ଓଦୁବ ପାଟଣା ସ୍କୁଲରେ ଦୁଇ ଗ୍ରାମର ପ୍ରାୟ ୨ଶହ ଲୋକଙ୍କୁ ପ୍ରଶାସନ ଆଣି ରଖିଛି । ଖବର ଲେଖା ହେବା ବେଳକୁ ପ୍ରାୟ ୯ଶହ ଲୋକମାନେ ଜଳଘେରକୁ ଚାଲି ଗଲେଣି ବୋଲି ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡାଙ୍କ ଠାରୁ ସୁଚନା ମିଳିଛି । ଘଟଣା ସ୍ଥଳରେ ଅତିରିକ୍ତ ତହସିଲଦାର ମୌସୁମି ମିଶ୍ର, ଏବିଡିଓ ଅରକ୍ଷିତ ବେହେରା, ପିଏ ସୌଭାଗ୍ୟ ରଞ୍ଜନ କର ସ୍ଥାନୀୟ ସରପଞ୍ଚଓ ସମିିତିସଭ୍ୟ ଉପସ୍ଥିତ ରହିଛନ୍ତି । ଏହି ଦୁଇଟି ସେଣ୍ଟରରେ ରହିଥିବା ୨ଶହ ଲୋକମାନଙ୍କୁ ରନ୍ଦାଖାଦ୍ୟ ଦେବାର ସୁବନ୍ଦେବସ୍ଥ କରାଯାଇଛି । ଆସନ୍ତା କାଲି ପରିସ୍ଥିତି ଦେଖିଲା ପରେ ଯାହା ଖିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏବିଡିଓ ଶ୍ରୀ ବେହେରା କହିଛନ୍ତି ।
Sakhigopal News, 21/8/2022