Breaking News

ସାକ୍ଷୀଗୋପାଳ ମନ୍ଦିରରେ ଜନ୍ମାଷ୍ଟମୀପର୍ବ ପାଳିତ

 


ସାକ୍ଷୀଗୋପାଳ----ସାକ୍ଷୀଗୋପିନାଥ ଦେବଙ୍କର ଜନ୍ମାଷ୍ଟମୀ ପର୍ବ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପାଳିତ ହୋଇଯାଇଛି । ଭଣ୍ଡ ଧୂପ ପରେ ଅଧିକାସ ତା ପରେ ଦ୍ୱିପହର ଧୂପରେ ଠାକୁର ନୂତନ ବସ୍ତ୍ର , ଚନ୍ଦନ, ତୁଳସି ଲାଗି ହେବା ପରେ ଉପଚାର, ଆଳତି ହୋଇଥିଲା । ଗୋଧନବାହୁଡା ଭୋଗ ସଂଧ୍ୟା ଧୂପ, ବଡ ସିଂହାର ଧୂପ ପରେ ପୋଖରିଆ ( ରତ୍ନ ସିଂହାସନ )ତଳ ପୋଛା ଯିବା ପରେ ଭଦ୍ରମଣ୍ଡଳ ପଡିବା ପରେ ଶ୍ରୀକୃ୍‌ଷ୍ଣଙ୍କର ଜନ୍ମବିଧି ଆରମ୍ଭ ହେବ ଜନ୍ମବିଧି ପରେ ବସୁଦେବ ଜନ୍ମିତ ଶ୍ରୀକୃଷ୍ଣଙ୍କ ରୂପାର କୁଣ୍ଡରେ ବସାଇ କୃତିମ ଜମୁନା ନଦୀକୁ ଯିବା ସମୟରେ କାଳିନାଗ ଠାକୁର ବର୍ଷାରେ ଓଦା ନ ହେବା ପାଇଁ ଫେଣା ଟେକି ରହିବେ । ଯିବା ସମୟରେ ଉଗ୍ରସେନ ହାତରେ ଧରାପଡିବେ । ସେ ନୀତିକାନ୍ତ ସରିବା ପରେ ଠାକୁରଙ୍କ ବ୍ରତଘର ଓ କଣ୍ଣବୋଧ ସରିବା ପରେ ଦୋଳିରେ ଝୁଲିବେ । ଠାକୁରଙ୍କ ନିକଟରେ ମନ୍ଦିର ପ୍ରଶାସନ ପକ୍ଷରୁ ୧୦୮ଟି କୋରା ଭୋଗ ଲାଗି କରାଯିବ । ଶୁକବ୍ରାର ଦିନ ନନ୍ଦଉତ୍ସବ ପାଳନ କରାଯିବ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି ।  ସେହିପରି ସାକ୍ଷୀଗୋପିନାଥ ଦେବଙ୍କ ସେବାୟତ ସଂଘ ପକ୍ଷରୁ ସିଂହଦ୍ୱାର ନିକଟରେ ୩ଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ, ସହିତ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । ଓଡଶୀ, ଭଜନସମାରୋହ ଆଜିର ମୁଖ୍ୟ କାର୍ଯ୍ୟକ୍ରମ । ବରିଷ୍ଠ ସେବାୟତ, ସାମାଜିକ କର୍ମୀ , ଗୋସେବା କରୁଥିବା କିଛି ବ୍ୟକ୍ତି ମାନଙ୍କୁ ସେବାୟତ ସଂଘ ପକ୍ଷରୁ ସମ୍ମାନୀତ କରାଯାଇଛି । ସେବାୟତ ସଂଘର ସଭାପତି ଶ୍ରୀବତ୍ସ ମହାପାତ୍ର , ସମ୍ପାଦକ ବିଜୟ କୁମାର ନନ୍ଦ ଓ ଅନ୍ୟ କର୍ମକର୍ତ୍ତା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୮/୨୦୨୨---୬,୫୦    Sakhigopal News,18/8/2022

Blog Archive

Popular Posts