ନୂଆଁଖାଇ ଲଗ୍ନଧାର୍ଯ୍ୟ ପାଇଁ ବୈଠକ
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ଶ୍ରୀ ଶ୍ରୀ ବିନ୍ଧ୍ୟବାସିନୀ ଦେବୀ ମନେଜିଂ ଟ୍ରଷ୍ଟର ଏହି ବର୍ଷର ନୂଆଁଖାଇ ଲଗ୍ନ ଧାର୍ଯ୍ୟ ମାଁ ବିନ୍ଧ୍ୟବାସିନୀ ପାହାଡ଼ର ପାଦ ଦେଶରେ ଏକ ସଭା ଅନୁଷ୍ଟିତ ହୋଇଥିଲା। ମେନେଜିଙ୍ଗ ଟ୍ରଷ୍ଟି ସତ୍ୟଜିତ ପୁରୋହିତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବୋର୍ଡର ସଦସ୍ୟ ଉଦୟ କୁମାର ପୁରୋହିତ, କଳାକାହ୍ନୁ ଭୋସାଗର, ଜ୍ଞାନଜିତ୍ ପୁରୋହିତ, ନରେନ୍ଦ୍ର ବେହେରା, ଦେବେନ୍ଦ୍ର ପୁରୋହିତ ସମେତ ସଂକ୍ରୀଡା ସରପଞ୍ଚ ଶ୍ରୀମତୀ ଜୟନ୍ତୀ ସେଟ୍ ସମିତି ସଭ୍ୟ ଚାଷୀ ଗିରି ନଈ, ପଣ୍ଡିତ ବଂଶୀଧର ଆଚାର୍ଯ୍ୟ ଓ ଝାଙ୍କର ଉଦ୍ଧବ ଧରାଇ ସମେତ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।
ପଣ୍ଡିତ ଆଚାର୍ଯ୍ୟ ଶୁଭ ସମୟ ଆକଳନ କରି କହିଥିଲେ, ଆସନ୍ତା ୩୧/୮/୨୨ର ରାତି ଅର୍ଥାତ୍ ୧/୯/୨୨ ଭୋର୍ ୩ଟା ପରେ ମାଁ ବିନ୍ଧ୍ୟବାସିନୀଙ୍କ ନିକଟରେ ନବାନ୍ନ ଲାଗି ଓ ସର୍ବସାଧାରଣ ପାଇଁ ଘ୧୦:୪୫ ରୁ ୧୧: ୫୯ମି. ମଧ୍ୟରେ ନବାନ୍ନ ଭକ୍ଷଣର ଉଚିତ୍ ସମୟ ବୋଲି ଶୁଭ ଲଗ୍ନ ଦର୍ଶାଇ ଥିଲେ। ସଭା ରେ ସମସ୍ତ ଉପସ୍ଥିତ ସହମତି ପ୍ରଦାନ କରିଥିଲେ। ପରିଶେଷରେ ଶେଷରେ ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିରର ପୂଜକ ସୀତାରାମ ବିଶି ଧନ୍ୟବାଦ୍ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୪/୮/୨୦୨୨----୯,୪୦ Sakhigopal News,24/8/2022