Breaking News

ମୋଟର ସାଇକେଲ ଲୁଟେରା ଗିରଫ




ଜଟଣୀ --- ଜଟଣୀ ଥାନା ଅନ୍ତର୍ଗତ ଉପରବସ୍ତ ମୁଣ୍ଡଳୀ ସାହିର ବିଜୟ କୁମାର ମହାରଣା ନିଜର ଏକ କଳା ସିଲଭର ରଙ୍ଗର ହିରୋହୋଣ୍ଡା ମଟର ସାଇକେଲ  ଲଙ୍ଗାଳିଆ ଆପାର୍ଟମେଣ୍ଟ ପଛପଟରେ ଅବସ୍ଥିତ ଶ୍ରୀହରି ବିହାରରେ ରହୁଥିବା ରୁଦ୍ର ପ୍ରସାଦଙ୍କ ଘର ବାହାରେ ଥୋଇଦେଇ  ଘରକୁ  ଯାଇଥିଲେ।  କିଛି ସମୟ ପରେ ବାହାରକୁ ଆସି ଦେଖନ୍ତି ହିରୋହୋଣ୍ଡା ଡିଲୁକ୍ସ ଓଆର-02AN -4723 ଗାଡିଟି ସେ ସ୍ଥାନରେ ନାହିଁ । ସଂଗେ ସଂଗେ ପାଖ ଆଖର ସମସ୍ତ ଅଞ୍ଚଳ ଖୋଜାଖୋଜି କଲେ । ସେଥିରେ ବିଫଳ ହେବାରୁ ଜଟଣୀ ଥାନାକୁ ଆସି ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ଏଥିରେ ସମ୍ପୃକ୍ତ ଜଣେ ଯୁବକକୁ ଗିରଫ କରି ତା ନିକଟରୁ ଉକ୍ତ ଲୁଟ ମୋଟର ସାଇକେଲଟିକୁ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ବେଣାପଞ୍ଜରୀ ଗ୍ରାମର ବଡ଼ ମଜିଦ ସାହିର ସାବିଦ ଖାନ (ମଣ୍ଟୁ)୨ ୫ ବର୍ଷ । ଏ ନେଇ ଜଟଣୀ ଥାନାରେ ମାମଲା ରୁଜୁହୋଇ ଆଜି କୋର୍ଟ ଚାଲାଣ କରିଥିବା ଆଇଆଇସି ସୌମ୍ୟକାନ୍ତ ବଳିୟାରସିଂହ କହିଛନ୍ତି ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୮/୨୦୨୨----୯,୫୫ Sakhigopal News,23/8/2022

Blog Archive

Popular Posts