ଜଟଣୀ ପ୍ରସିଦ୍ଧ ଗଣେଶ ପୂଜା ଭସାଣି ପାଇଁ କମିଟି ବୈଠକ
ଜଟଣୀ----ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଷ ପୂଜାକୁ ନେଇ ଭସାଣି କମିଟି ତରଫରୁ ଆଜି ଯୋଗଷ ନାୟକଙ୍କ ନେତୃତ୍ୱ ଶ୍ରୀବତ୍ସ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜଟଣୀ ପୌର ପରିଷଦ ଓ ଆଖପାଖ ଅଞ୍ଚଳର ସମସ୍ତ ପ୍ରମୁଖ ପୂଜା କମିଟିର ସଭାପତି ସମ୍ପାଦକ ଉପସ୍ଥିତ ହୋଇଥିଲେ । ଜଟଣୀ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ଜଟଣୀ ଗଣେଶ ପୂଜା ଭସାଣି କମିଟିର ଅଧ୍ୟକ୍ଷ ସଂଗ୍ରାମ କେଶ୍ୱର ରାଉତରାୟ ଉପସ୍ଥିତ ଥିଲେ । ଗତ ଦୁଇ ବର୍ଷର କୋଭିଡ କଟକଣା ଯୋଗୁ ଜଟଣୀର ଗଣେଷ ପୂଜା ଫିକା ପଡିଥିଲା । ଚଳିତ ବର୍ଷ ଏଇ ପୂଜା ସହ ଭସାଣିକୁ ଜାକଜକମରେ କରିବାକୁ ସମସ୍ତ ପୂଜା ମଣ୍ଡପ ପ୍ରସ୍ତୁତ ଥିବା କୁହାଯାଇଛି । ସୀତାରାମ ଛକ ଠାରେ ଯେଉଁଭଳି ସମ୍ଭାର୍ଦ୍ଧନା ସମସ୍ତ ମେଢ ମାନଙ୍କୁ ସମ୍ମାନିତ କରାଯାଉଥିଲା ସେଇଭଳି ଚଳିତବର୍ଷ ସମସ୍ତ ବଜାର ମେଢ଼ ସୀତାରାମ ଛକ ଠାରେ ସମ୍ଭାର୍ଦ୍ଧନା ଦିଆଯିବ ବୋଲି ନିଷ୍ପତି ହୋଇଛି । ଏଇ ବୈଠକରେ ଭସାଣି କମିଟି ଅଧ୍ୟକ୍ଷ ସବୁ ମେଢ଼ରେ ଆସୁଥିବା କର୍ମକର୍ତ୍ତାଙ୍କୁ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ସହ ନିଶା ସେବନ ଳ କରିବାକୁ ନିବେଦନ କରିଥିଲେ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୮/୨୦୨୨----୮,୩୦
Sakhigopal News,27/8/2022