Breaking News

ପୁରୀ ଭୋଳନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ


ପୁରୀ----  ଆସୋସିଏସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟ - ଆଟା, ପୁରୀ ତରଫରୁ ପୁରୀ ଭୋଳନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ପ୍ରଧାନ ମିଳିତ ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ଭୋଳନାଥ ସାହାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିଦ୍ୟାର୍ଥୀଙ୍କ ଗ୍ରହଣରେ ବିଦ୍ୟାଳୟକୁ ସବୁଜ ସବୁଜିମରେ ଭରି ଦେବାପାଇଁ ଛାତ୍ରୀ ଆଦିତ୍ୟା ସେଠୀ, ସୁଭସ୍ମିତା ମହାପାତ୍ରଙ୍କ ସହ ଶପଥ ପାଠ କରାଇବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଶିଶୁ ସମାଚାର ଓ ବିଦ୍ୟାଳୟର କ୍ରୀଡା ଶିକ୍ଷକ ନିରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା।
ପୁରୀ ଜିଲ୍ଲାର ବିଦ୍ୟାଳୟ ମାନଙ୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଅନୁଷ୍ଠାନର ସ୍ୱେଚ୍ଛାସେବୀ ମାନଙ୍କୁ  ପରାମର୍ଶ ଦେଇଥିଲେ ଜିଲ୍ଲାପାଳ। ଅନୁଷ୍ଠାନ ତରଫରୁ ବିଭିନ୍ନ ବିଦ୍ୟାଳୟରେ ବୃକ୍ଷ ରୋପଣ କରିବା ସହ ବୃକ୍ଷ ପ୍ରେମୀ ମାନଙ୍କ ଠାରୁ ବୃକ୍ଷ ଗ୍ରହଣ କରାଯିବା ପାଇଁ ପୋଲିସ ଉଚ୍ଚ ବିଦ୍ୟାଳୟରେ ଏକ ଗ୍ରୀନ ATM ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ବିଦ୍ୟାଳୟରେ ବୃକ୍ଷ ରୋପଣ ପାଇଁ ଅନୁଷ୍ଠାନ ସହିତ ଯୋଗାଯୋଗ କରି ଏହି ଗ୍ରୀନ ATM ରୁ ବୃକ୍ଷ ମଧ୍ୟ ସଂଗ୍ରହ କରିପାରିବେ।
 ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଶିଶୁ ସମାଚାରର ସମ୍ପାଦକ ସୁକାନ୍ତ ପଣ୍ଡା ଓ ଆଟାର ବିସ୍ମୟ ମିଶ୍ର,ପପୀୟା ବାନାର୍ଜୀ,କୃଷ୍ଣ ମୋହନ ପ୍ରଧାନ,ସଚ୍ଚିଦାନନ୍ଦ ବିଶୋଇ,ଦୀପକ ପ୍ରଧାନ, ଦୟାସାଗର ପଣ୍ଡା,ମାଧବ ସ୍ୱାଇଁ,ଶୁଭଶ୍ରୀ ବେହେରା, ଗୀତା ମିଶ୍ର,ଗୀତାଞ୍ଜଳି ଜେନା,ଦେବେନ୍ଦ୍ର ସୁବୁଦ୍ଧି,ମାନସ ରଥ,କିଶୋର ଚନ୍ଦ୍ର ଦାଶ, ବିପିନ ମହାନ୍ତିଙ୍କ ସମେତ ବିଦ୍ୟାଳୟ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ପୁରୀ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୮/୨୦୨୨-----୯,୪୫    Sakhigopal News 29/8/2022

Blog Archive

Popular Posts