ସୁସ୍ଥ ପରିବେଶ ପାଇଁ ପରମାଣୁ ପରୀକ୍ଷା ନ କରିବାକୁ ନିବେଦନ
ଡେଲାଙ୍ଗ :ଅଗଷ୍ଟ ଅଣତିରିଶ ପରମାଣୁ ପରୀକ୍ଷା ବିରୋଧୀ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଉଛି |ବିଶ୍ୱ ର ପ୍ରତ୍ୟେକ ରାଷ୍ଟ୍ରକୁ ଆଣବିକ ଯୁଦ୍ଧ ଅସ୍ତ୍ର ପରୀକ୍ଷା ର ବିପଦ ଜନକ ଦିଗ ସମ୍ପର୍କ ରେ ଅବଗତ କରାଇବା ଏହି ଦିବସ ପାଳନ ର ମୂଳ ଲକ୍ଷ୍ୟ |ଉଣେଇଶ ଏକାନବେ ଅଗଷ୍ଟ ଅଣତିରିଶ ରେ କାଜାଖସ୍ଥାନ ସରକାର ନିଜ ଦେଶର ଆଣବିକ ପରୀକ୍ଷାସ୍ଥଳ ବନ୍ଦ କରିଦେଇଥିଲେ । ଏହି ଐତିହାସିକ ଦିବସ କୁ ସ୍ମରଣୀୟ ରଖିବା ପାଇଁ ଦୁଇହଜାର ନଅ ମସିହା ରୁ ଆଜିର ଦିବସ ରେ ଜାତିସଂଘ ଏହି ଦିବସ ପାଳନ କରି ଆସୁଅଛି । ଏହିଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ର ଆବାହକ ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ଉତ୍ତମ ପରିବେଶ, ବାୟୁ ପ୍ରଦୂଷଣ ରୁ ରକ୍ଷା ତଥା ଭାଇଚାରା ବୃଦ୍ଧି ପାଇଁ ପରମାଣୁ ପରୀକ୍ଷା ନ କରିବା ପାଇଁ ବିଶ୍ୱ ସମୁଦାୟ ଙ୍କୁ ନିବେଦନ କରିଛନ୍ତି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୦/୮/୨୦୨୨----୯,୨୦ Sakhigopal News,30/8/2022