Breaking News

ଛାଡିଗଲା ବନ୍ୟା , ଦେଇଗଲା ଦୁର୍ଦ୍ଦଶା , ଚାଷୀ ମୁଣ୍ଡରେ ଚଡକ




 
 
କଟକ-----  କଟକ ଜିଲ୍ଲାର ବାଙ୍କୀ ବ୍ଲକ ଅନ୍ତର୍ଗତ  କୁରୁମୁପଡା, ପୋଡା ପାଟଣା , ଇଛାପୁର ଗ୍ରାମର ହେକ୍ଟର ହେକ୍ଟର ଚାଷଜମି ଉପରେ ବନ୍ୟା ପାଣି ମାଡିଗଲା । ଖାଲି ମାଡିଗଲା ନୁହେଁ 0୮/୧୦ ଦିନ ଧରି ଚାଷ ଜମିକୁ ବୁଡାଇ ରଖିଲା । ଯାହା ଫଳରେ ସମସ୍ତ ଚାଷଜମି ପଚି ନଷ୍ଟ ହୋଇଗଲା । ଏବେ ବନ୍ୟା ଜଳ ଚାଷ ଜମିରୁ ଛାଡିଗଲା ସିନା ,ହେଲେ ମୁଣ୍ଡ ଝାଳ ତୁଣ୍ଡରେ ମାରି , ରକ୍ତକୁ ପାଣି କରି ଅକ୍ଲାନ୍ତ ପରିଶ୍ରମ କରି ,ସବୁଜ କ୍ଷେତରେ ପରିଣତ କରିଥିବା ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଆଗରୁ ଆମେ କହୁଥିଲେ -
      ଚାଷ କାମ ଯାହାର ,
            କେତେ ସୁଖ ତାହାର ।
      ସେହି ସିନା ଦୁନିଆକୁ,
           ଯୋଗାଉଛି ଆହାର ।।
ସମୟର ପରିବର୍ତ୍ତନରେ କଥା ମଧ୍ୟ ବଦଳିଯାଇଛି -
        ଚାଷ କାମ ଯାହାର ,
               କେତେ ଦୁଖଃ ତାହାର ।
        ସେହି ଏକା ପ୍ରକୃତିଠୁ ,
          ଖାଏ ସଦା ପାହାର ।
ସେହିପରି ଚାଷୀ ସ୍ଥାନୀୟ ସମବାୟ ସମିତିରୁ ଋଣ ଆଣି ମୂଲ୍ୟବାନ ଜିନିଷପତ୍ର ବନ୍ଧା ପକେଇ ଚାଷୀ ଚାଷକାମ କରିଥିଲେ । ଚାଷତ ଗଲା ,ହେଲେ ଚାଷୀ ବସିଭାବୁଛି ବର୍ଷ ସାରା ପରିବାର ଚଳେଇବେ କେମିତି ? ଋଣ ସୁଝିବେ କେମିତି ? ବନ୍ୟା ଛାଡିବାର ୧୫/୨୦ ଦିନ ହେଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରସାଶନର ଦେଖା ନାହିଁ । କ୍ଷୟକ୍ଷତିର ଆକଳନ କରାଯାଇନାହିଁ । ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୁରଣ ପ୍ରଦାନ କରିବା ସହିତ ସାର ବିହନ ଯୋଗାଇ ଦେବାକୁ ଚାଷୀମାନେ ଦୃଢ ଦାବି କରୁଛନ୍ତି । ନଚେତ ଏ ଅଞ୍ଚଳରେ ଚାଷୀ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେବେ । ସେଥିପାଇଁ ପ୍ରଶାସନ ଦାୟୀ ରହିବ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୩୧/୮/୨୦୨୨---୯,୫୦ Sakhigopal News,31/8/2022

Blog Archive

Popular Posts