କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଜାତୀୟ କ୍ରୀଡା ଦିବସ ପାଳନ
ସାକ୍ଷୀଗୋପାଳ--- ଜାତୀୟ କ୍ରୀଡାବିତ ଧ୍ୟାନଚାନ୍ଦ ଙ୍କ ଜନ୍ମଦିନ ଅବସରରେ କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଇଛି । ଏହି ଅବସରରେ ରେ ବିଦ୍ୟାଳୟ ର ଷଷ୍ଠ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଙ୍କୁ ନେଇ ରଚନା, ଚିତ୍ରାଙ୍କନ, କବାଡି ପ୍ରତିଯୋଗିତା କରାଯାଇଥିଲା । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭୀମସେନ ପ୍ରଧାନ ଙ୍କ ଉପସ୍ଥିତି ରେ କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀ ଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବା ସହିତ ଖେଳକୁଦ ର ଉପକାରିତା ସମ୍ପର୍କରେ ପିଲା ମାନଙ୍କୁ କହିଥିଲେ ।କ୍ରୀଡା ଶିକ୍ଷକ ଉମାକାନ୍ତ ନାୟକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ସ୍ୱାଇଁ, କମଳ ଲୋଚନ ନାୟକ, ବିଶ୍ୱଜିତ ପ୍ରଧାନ, ଭାନୁମତି ମହାପାତ୍ର, ଦେବକୀ ପ୍ରଧାନ ଙ୍କ ସହିତ ବିଦ୍ୟାଳୟ ର ଅନ୍ୟାୟ କର୍ମଚାରୀ ଓ ପରିଚାଳନା କମିଟି ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୮/୨୦୨୨---୯,୫୦ Sakhigopal News,29/8/2022