Breaking News

ସାକ୍ଷୀଗୋପାଳରେ ବାଲ୍ୟ ବିବାହ ସଚେତନତା ରଥ ଗଡିଲା

 


ସାକ୍ଷୀଗୋପାଳ ----- ସତ୍ୟବାଦୀରେ ବାଲ୍ୟ ବିବାହ ସଚେତନତା ରଥକୁ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଓ ବିଡିଓ ଦାୟତ୍ୱରେ ଥିବା ତହସିଲଦାର ଜୟନ୍ତ କୁମାର ଜୟସିଂ ସବୁଜ ପତକା ହଲାଇ ରଥକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଘାଟନ ପରେ ରଥଟି ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ସେଠାରେ ପେଣ୍ଠପଡା ସରପଞ୍ଚଚିନ୍ମୟ ରାଉତ, ସମିତିସଭ୍ୟ ସୁମନ୍ତ ଘଟୁଆରୀ, ସତ୍ୟବାଦୀ ସିଡିପିଓ ରାଜଲକ୍ଷ୍ମୀ ଦାଶ, ସୁପରଭାଇଜର ମିତା ନାଗ, ପିୟୁସମୟୀ, ପଞ୍ଚାୟତ କାର୍ଯ୍ୟନିବାହୀ ଅଧିକାରୀ ସାରଙ୍ଗଧର ସ୍ୱାଇଁ, ଅଙ୍ଗନୱାଡି କର୍ମୀ ବିଶ୍ୱଜିତା ଦେବୀ, ସଂଧ୍ୟାରାଣୀ ସାହୁ, ଲକ୍ଷ୍ମୀମଣି ବେହେରା, ସ୍ୱର୍ଣ୍ଣଲତା ବେହେରା,  ରୋହିଣି ମହାପାତ୍ର, ସବିତା ପଣ୍ଡା, ସୁଲେଚନା ବେହେରା, ମମତା ମିଶ୍ର, ମନସା ମିଶ. ଲିପାଙ୍କ ସହିତ ବିଭିନ୍ନ ୱାର୍ଡସଭ୍ୟସଭ୍ୟା ମାନେ ଉପସ୍ଥିତ ରହି ସଚେତନତା ରଥକୁ ସ୍ୱାଗତ କରିଥିଲେ । ଜିଲ୍ଲା ବାଲ୍ୟ ବିବାହ ରଥ ଦାୟତ୍ୱରେ ଥିବା ଆକ୍ସନ ଏଡେ ସଂସ୍ଥାର ସଂଯୋଜିକା ସୁମିତ୍ରରାଣି ଘୋଷ କାର୍ଯ୍ୟକ୍ରମ ସମ୍ପର୍କରେ ସୁଚନା ଦେବା ସହ ବାଲ୍ୟ ବିବାହକୁ ରୋକିବା, ଶିଶୁ ନିର୍ଯ୍ୟାତନା, ଶିଶୁ ଶ୍ରମିକ ଆଦି କାର୍ଯ୍ୟକ୍ରମକୁ ରୋକିବା ପାଇଁ ଏକ ଶପଥ ପାଠ କରାଇଥିଲେ । ୨୦୩୦ସୁଦ୍ଧା ପୁରୀଜିଲ୍ଲାକୁ ସମ୍ପୁର୍ଣ୍ଣ ଭାବେ ବାଲ୍ୟ ବିବାହ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ ବୋଲି କହିଥିଲେ । ସେହିପରି ସରପଞ୍ଚ ଶ୍ରୀ ରାଉତ ବହୁ ଶିଘ୍ର ତାଙ୍କ ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଘୋଷଣା କରିବେ ବୋଲି କହିଛନ୍ତି । ଏଥିପାଇଁ ଆଇନ ଅନୁଯାୟୀ ଯାହା ଆବଶ୍ୟକ ତାହାସେ ଯୋଗାଇ ଦେବାକୁ ପ୍ରତିଶୃତି ବଦ୍ଦ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମକୁ  ସମସ୍ତ ଅଙ୍ଗନୱାଡି ଓ ୱାର୍ଡ ସଭ୍ୟସଭ୍ୟା ମାନେ ସହଯୋଗ କରିବେ ଯଦି ଏହା ଆମ ପଞ୍ଚାୟତରେ ସଫଳ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସାକ୍ଷୀଗୋପାଳ କଲେଜ ଓ ବିଭିନ୍ନ ଗ୍ରାମର ଝିଅମାନେ ଯୋଗଦେଇ ସେମାନେ ଶପଥ ନେଇଥିଲେ ଯେ ୧୮ ବର୍ଷରୁ କମ ଝିଅ ମାନଙ୍କୁ ବାହା କରାଇବାକୁ ବିରୋଧ କରିବା ପାଇଁ ଶପଥ ପାଠ ନେଇଥିଲେ । ପରେ ପରେ ଝିଅ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ସେହିପରି ବୀରରାମଚନ୍ଦ୍ରପୁର ପଞ୍ଚାୟତରେ ଏହି ବାଲ୍ୟ ବିବାହ ରଥକୁ ସରପଞ୍ଚ ଦୀପା ବେହେରାଙ୍କ ସହିତ ଅଙ୍ଗନୱାଡିକର୍ମୀ ମାନେ ସ୍ୱାଗତ କରିଥିଲେ । ଏହି ରଥ ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମପଞ୍ଚାୟତକୁ ଗସ୍ତ କରିବ ବୋଲି ସିଡିପିଓ ଶ୍ୟୀ ଦାଶଙ୍କ ଠାରୁ ସୁଚନା ମିଳିଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୮/୨୦୨୨---୯,୧୦   

 Sakhigopal News, 25/8/2022

Blog Archive

Popular Posts