Breaking News

ମାନବିକତତାର ପରିଚୟ ଦେଖାଇଲେ ରାକେଶ*



ବରଗଡ଼---   ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ହାତୀପାଲି ଛକ ନିକଟରେ ଗତକାଲି ରାତିରେ ଜଣେ ଅଜଣା ବ୍ୟକ୍ତିଙ୍କୁ ମାଡ଼ ମାରି ଦୁର୍ବୃତ୍ତ ମାନେ ପକାଇ ଦେଇଥିଲେ  । ଏହି ଖବର ପାଇ ସ୍ଥାନୀୟ  ଯୁବକ ମାନେ ହାତୀପାଲି ଗାଁ ର ରାକେଶ କୁମାର ହାତୀ ଙ୍କୁ ଜଣାଇଥିଲେ । ପରେ ରାକେଶ ନିଜେ ସେଠାରେ ପହଞ୍ଚି  ତାଙ୍କୁ ପଚାଉଚରା କରିବା ପରେ ସୋହେଲା ବ୍ଲକ କେନ୍ଦମୁଣ୍ଡି ଗାଁ ର ବାବୁ ନାଏକ  ନାମକ ସ୍ଥାୟୀ ବାସିନ୍ଦା ଓ ସେ ଟିକେ ମାନସିକ ଅନଗ୍ରସର ଥିବା   ବୋଲି ଜଣାପଡିଛି ।  ରାକେଶ  ତାଙ୍କର ପ୍ରାରମ୍ଭିକ ଚିକିତ୍ସା କରି ତାଙ୍କ ଖାଇବା ପିଇବା ର ବ୍ୟବସ୍ଥା କରି ଓଡ଼ିଶା ସରକାରଙ୍କ ୧୧୨ ହେଲ୍ପଲାଇନ ନମ୍ବର କୁ ଜଣାଇଥିଲେ । ଏହି ବିଷୟରେ ତତ୍ପରତା ଦେଖାଇ ନିକଟସ୍ଥ ଥାନା ଭେଡେନ ପୁଲିସ  ପକ୍ଷରୁ ରାକେଶଙ୍କୁ ଯୋଗାଯୋଗ କରାଯାଇଥିଲା । ଏହି ବିଷୟରେ ରାକେଶ ଭେଡେନ ପୁଲିସ ର ଅନୁମତି କ୍ରମେ ରାକେଶ ୧୦୮ ଆମ୍ବୁଲାନ୍ସ  କୁ ଯୋଗାଯୋଗ କରିଥିଲେ  । ସ୍ଥାନୀୟ ଯୁବକ ମାନଙ୍କ ସହଯୋଗରେ ତାଙ୍କୁ ଆମ୍ବୁଲାନ୍ସ  ଯୋଗେ  ନେଇ ବରପାଲି ଡାକ୍ତଖାନାରେ ଭର୍ତ୍ତି କରାଇଥିଲେ ।  ଦେବାନନ୍ଦ ବିଶି , ସୁଦାମ ପାତ୍ର , ଉଦ୍ଧବ ବାଗ , ସୁବନ ହାତୀ ,ଗୋପ ମାଝୀ ପ୍ରମୁଖ ସହଯୋଗ କରିଥିଲେ । ରାକେଶ ଙ୍କ ଏହି ମହତ୍ କାମ କୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୮/୨୦୨୨----୯,୨୦ Sakhigopal News,25/8/2022

Blog Archive

Popular Posts