ନୟାଗଡଜିଲ୍ଲା ଆମ୍ ଆଦମୀ ପାର୍ଟିର ପ୍ରେସ ମିଟ
ନୟାଗଡ଼--- ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭୁବନେଶ୍ୱରଠାରେ ଏକ ପ୍ରଶିକ୍ଷଣ ଶିବିର ସହିତ ରାଜ୍ୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ। ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷି, ପରିବେଶ, ମହିଳା ସଶକ୍ତିକରଣ ଏବଂ ଦଳିତ ଓ ଆଦିବାସୀ ସମାଜର ଉନ୍ନତି କିପରି ହୋଇପାରିବ ତାର ବାର୍ତ୍ତା ଏହି କାର୍ଯ୍ୟକ୍ରମରେ କର୍ମୀମାନଙ୍କୁ ଦିଆଯିବ। ସଂଗଠନକୁ ସୁଦୃଢ କରିବା ପାଇଁ ଏବଂ ଜିଲ୍ଲାର କୋଣ ଅନୁକୋଣରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କର ବିକଳ୍ପ ରାଜନୀତି ବାର୍ତ୍ତାକୁ ପହଞ୍ଚେଇବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହେବ । ନୟାଗଡ ଜିଲ୍ଲାର ଦଳୀୟ କର୍ମୀ ଉକ୍ତ ସମ୍ମିଳନୀରେ ଯୋଗଦେବାକୁ ସୂଚନା ଜିଲ୍ଲା ସଭାପତି ମାନସ ରଞ୍ଜନ ପଣ୍ଡା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟ କମିଟି ସଦସ୍ୟ,ଅଶ୍ୱିନୀ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୦/୮/୨୦୨୨--୧୨,୪୫ Sakhigopal News,20/8/2022