Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର 114ତମ ପ୍ରତିଷ୍ଠା ଦିବସ ପାଳିତ



ସାକ୍ଷୀଗୋପାଳ --- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ୧୧୪ ତମ ପ୍ରତିଷ୍ଠା ଦିବସ ଓ ସମ୍ମର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ବିଦ୍ୟାଳୟର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସ ଓ ପଞ୍ଚସଖାଙ୍କ ମଣ୍ଡପରେ ଅତିଥି ମାନେ ମାଲ୍ୟର୍ପଣ କରିଥିଲେ । ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜୟପୁର ସରପଞ୍ଚ ଆରାଧନା ସମାନ୍ତରାୟ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମିଶ୍ର, ପୂର୍ବତନ ଶିକ୍ଷକ ଅଶୋକ କୁମାର ପ୍ରଧାନ, ଶିକ୍ଷକ ବନମାଳୀ ବେହେରା, ଶିକ୍ଷକ ପ୍ରଭାତ ଚନ୍ଦ୍ର ରଥ ଓ ଆଲମିନିର ସଭାପତି କିଶୋର ଚନ୍ଦ୍ର ମହାପାତ୍ର ଯୋଗଦେଇ ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ବିଦ୍ୟାଳୟ ସ୍ଥାନ ପାଇବା ସହ କାମ ସରି ଯାଇଥିବାରୁ ଅତିଥି ମାନେ ଏହାକୁ ପ୍ରଶଂସା କରିଥିଲେ ।  ଏହି ବିଦ୍ୟାଳୟକୁ ତୁରନ୍ତ ଜାତୀୟ ମାନ୍ୟତା ମିଳିବା କେନ୍ଦ୍ର ଓରାଜ୍ୟ ସରକାରଙ୍କ ପାଖରେ ଏକ ଦାବି  କରିବା ପାଇଁ ବ୍ଳକ ଅଧ୍ୟକ୍ଷ ମତ ପ୍ରକାଶ କରିଥିଲେ । ଉପସ୍ଥିତ ଥିବା ଅତିଥି , ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟର ସଦସ୍ୟ ଓ ଚାତ୍ର ଛାତ୍ରୀ ମାନେ ତାଳି ମାରି ଏହି ପ୍ରସ୍ତାବକୁ ସ୍ୱାଗତ କରିଥିଲେ । ଅନୁଷ୍ଠିତ ସଭାରେ ବ୍ଳକ ଶିକ୍ଷା ଅଧିକାରୀ ଦାୟତ୍ୱରେ ଥିବା ତଥା ସତ୍ୟବାଦୀ ଉଚ୍ଚ  ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ ସଭାପତିତ୍ୱ କରିଥିଲେ ।ଏହି ଅବସରରେ ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ୯୨ଜଣ ଛାତ୍ର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ସିଲ ପ୍ରଦାନ କରାଯାଇଥିଲା । ଜୟପୁର ସରପଞ୍ଚ ତାଙ୍କ ଶୁଶୁର ପ୍ରଭାତ ସାମନ୍ତରାୟଙ୍କ ସ୍ମୃତି ଉଦ୍ଦ୍ୟେଶରେ ୪ଜଣ ଏ-୧ରେ ପାସ କରିଥିବା ଛାତ୍ର ମାନଙ୍କୁ ୫ଶହ ଟଙ୍କା ଲେଖାଏଁ  ପ୍ରଦାନ କରିଥିଲେ । ବିଦ୍ୟାଳୟ ପକ୍ଷରୁ ଉକ୍ତ ୪ଜଣ ଛାତ୍ରଙ୍କୁ ଫୁଲତୋଡା ଓ କପ୍ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ସତ୍ୟବାଦୀ ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବିଦ୍ୟାଳୟର ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୮/୨୦୨୨---୬,୨୦  

 Sakhigopal News,12/8/2022

Popular Posts