Breaking News

କାଜୁଜଙ୍ଗଲକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ,ଜଣେ ଗୁରୁତର , ୨ ଅଟକ

Confusion between two families centered around cashew forest, one serious, 2 detained
ଭଞ୍ଜନଗର - ତାରସିଂ ଥାନା ଅନ୍ତର୍ଗତ ତୋଲଡି ଗ୍ରାମରେ  କାଜୁଜଙ୍ଗଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ଜଣେ ଗୁରୁତର ଆହତ ହୋଇଥିବା ବେଳେ ପୋଲିସ ଦୁଇ ଜଣକୁ ଅଟକ ରଖି ପଚରାଉଚରା କରୁଛି ।  ଖବର ନେବାରେ ଜଣାପଡିଛି ଯେ ତୋଲଡି ଗ୍ରାମ ନିକଟରେ ଥିବା କାଜୁ ଜଙ୍ଗଲଟି ନିର୍ଦେଶନ ନାୟକ ର ହେଇଥିବା ବେଳେ ସେହି ଗ୍ରାମର ସୁକୁଟା ବାରିକ ଓ ରିଙ୍କୁ ବାରିକ ମିଶି  ନିର୍ଦେଶନ ନିକଟକୁ ଯାଇ ପାଟିତୁଣ୍ଡ କରିଥିଲେ ।  ରିଙ୍କୁ ଓ ତାର ଭାଇ ସୁକୁଟା ଉତକ୍ଷିପ୍ତ ଠେଙ୍ଗାରେ ନିର୍ଦେଶନର ମୁଣ୍ଡକୁ  ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲେକେ ନିର୍ଦେଶନକୁ ଉଦ୍ଧାରକରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହି ଘଟଣାକୁ ନେଇ ନିର୍ଦେଶନର ପୁଅ ଆଲୋକ ନାୟକ ସୁକୁଟା ଓ ରିଙ୍କୁ ଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ତାରସିଂ ଥାନା କେସଂ ନଂ୨୪୭/୨୨ରେ ମାମଲା ରୁଜୁ କରିଛନ୍ତି । ୨ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବେଲି ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୮/୨୦୨୨-----୮,୫୦   Sakhigopal News,11/8/2022

Popular Posts