Breaking News

ଝିଲିମିନଣ୍ଡା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ଦେହାନ୍ତ

Former Sarpanch of Jhiliminanda Panchayat dies
ବରଗଡ଼---  ବରଗଡ ଜିଲ୍ଲା ଅତାବିରା ବ୍ଲକ ଝିଲିମିନଣ୍ଡା ପଞ୍ଚାୟତର  ପୂର୍ବତନ ସରପଞ୍ଚ ସୁଧିର କୁମାର ପ୍ରଧାନ ଙ୍କର ୪୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଜଣେ ପରୋପକାରୀ, ମେଳାପି, କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଥିଲେ। ସେ ତାଙ୍କର ପଛରେ ବିଧବା ମାଆ ନିଲିମା ପ୍ରଧାନ, ପତ୍ନୀ ମନ୍ଦାକୀନୀ ଏକ ମାତ୍ର ଝିଅ କୁ ଛାଡି ଯାଇଛନ୍ତି। ତାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବହୁ ସଂଖ୍ୟାରେ ଜନସାଧାରଣ ତାଙ୍କର ଶେଷ ଦର୍ଶନ କରିବା ପାଇଁ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ପୂର୍ବତନ ସରପଞ୍ଚ ମକରଧ୍ଵଜ ଭୁଏ, ରବିନ୍ଦ୍ର କୁମାର ବାବୁ, ବୀରେନ୍ଦ୍ର କର, ପୂର୍ବତନ ସରପଞ୍ଚ ଲରମ୍ଭା ବିଜୁ ପଣ୍ଡା ବିକାଶ ଭୋଇ, କୌସ୍ତୁଭ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ସେ ଜଣେ ଭାରତୀୟ ଜନତା ପାର୍ଟି ପ୍ରମୁଖ କାର୍ଯ୍ୟକର୍ତ୍ତା ଥିଲେ। ତାଙ୍କର ବିୟୋଗରେ ବରଗଡ ସାଂସଦ ସୁରେଶ ପୂଜାରୀ, ବରଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ଅଶ୍ଵିନି ଷଡଙ୍ଗୀ, ବରଗଡ ଜିଲ୍ଲା ସାଂସଦ ପ୍ରତିନିଧି ସୁରେଶ୍ଵର ଶତପଥୀ ଅନ୍ୟାନ୍ୟ କାର୍ଯ୍ୟ କର୍ତ୍ତା ମାନେ ତାଙ୍କର ପରିବାର ବର୍ଗ ଙ୍କୁ ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦ୍ ଗତି ନିମନ୍ତେ ମାଁ ସମଲେଶ୍ଵରୀ ନିକଟରେ ପ୍ରାର୍ଥନା କରିଛନ୍ତି । ଏହା ସହିତ ବାଲ୍ଯ ବନ୍ଧୁ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ର ଡାକ୍ତର ସଞ୍ଜୟ କୁମାର ମହାପାତ୍ର ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ତାଙ୍କର ଶବାଧାର ଝିଲିମିନଣ୍ଡା ଗ୍ରାମର ବହୁ ବହୁମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜିବୀ, ଶିକ୍ଷକ ସାମିଲ ହୋଇଥିଲେ। ପରିଶେଷରେ ତାଙ୍କର ଏକ ମାତ୍ର ଝିଅ ଶ୍ରିୟା ଶତବ୍ଦୀ ପ୍ରଧାନ ମୁଖାଗ୍ନି ଦେଇଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୫/୨୦୨୨-----୭,୪୦ Sakhigopal News,6/5/2022

Blog Archive

Popular Posts