Breaking News

ନଦୀର ପ୍ରାକୃତିକ ଜଳଧାର ର ଅବରୋଧ ଜୈବବିବିଧତାର ଅସନ୍ତୁଳନ :ହୃଷୀକେଶ ପାଢ଼ୀ

Blocking the natural waters of the river Balance of biodiversity: Hrishikesh Padhi


ଡେଲାଙ୍ଗ :ଆନ୍ତର୍ଜାତୀୟ ଜୈବବିବିଧତା ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ର ଅଧକ୍ଷ ପରିବେଶବିତ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ ନଦୀର ପ୍ରାକୃତିକ ଜଳପ୍ରବାହ ଅବରୋଧ ନକରିବା ପାଇଁ କହିଛନ୍ତି । ମହାନଦୀ ର ଛତିଶଗଡ ଓ ଅନ୍ୟାନ ସ୍ଥାନମାନଙ୍କ ରେ ବ୍ୟାରେଜ ନିର୍ମାଣ ତଥା ଶାଖାନଦୀ ଗୁଡିକରେ କଲିକତି ଦଳ ଓ ଆବର୍ଜନା ଭର୍ତ୍ତି ଯୋଗୁଁ ପ୍ରାକୃତିକ ଜଳପ୍ରବାହ ହୋଇପାରୁନାହିଁ । ଫଳରେ ଜୈବବିବିଧତା ର ଅସନ୍ତୁଳନ ଦେଖାଯାଇଛି ।  ଏହାର କୁପ୍ରଭାବ ଉଦ୍ଭିଦ ଓ ବିଭିନ୍ନ ପ୍ରକାର କୀଟ, ଜୀଵଜନ୍ତୁ ଙ୍କ ଉପରେ ପଡିଥାଏ ।  ମୁକାବିଲା କରିବା ପାଇଁ ସମସ୍ତ ସ୍ତରରେ ନିଷ୍ଠାର ସହ ସମ୍ମିଳିତ ଉଦ୍ୟମ ହେବା ଜରୁରୀ । ଏଣୁ ନଦୀର ସ୍ୱାଭାବିକ ଧାରାକୁ ବଜାୟ ରଖିବା ସହ ଜୈବବିବିଧତା ର ସନ୍ତୁଳନ ବଜାୟ ରଖିବା ପାଇଁ ଶ୍ରୀଯୁକ୍ତ ପାଢ଼ୀ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଡା କ୍ଷେତ୍ରବାସୀ ପ୍ରଧାନ, ସୋମନାଥ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୫/୨୦୨୨---୮,୨୫ Sakhigopal News,23/5/2022

Blog Archive

Popular Posts