Breaking News

ଆକ୍ରମଣକାରୀ ଦୁଇଭାଇଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଜରିମାନା

The two brothers were sentenced to 10 years in prison and fined 10,000


ଓଡ଼ଗାଁ:- ୨୦୧୨ ମସିହାରେ ଓକିଲ ପାଣୁଚରଣ ବେହେରାଙ୍କ ସ୍ତ୍ରୀ ମମତା ମଞ୍ଜରୀ ବେହେରାଙ୍କୁ ତାଙ୍କ ଦିଅର ଓ ଦେଢଶୁର ଯଥାକ୍ରମେ ବୁଲୁ ବେହେରା ଓ କବି ବେହେରା ମମତାଙ୍କୁ  ଫାଉଡା ଓ ଧାରୁଆ ଖଣ୍ଡାରେ ଆକ୍ରମଣ କରିଥିଲେ । ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ବିଚାର ର ରାୟ ଆସିଛି। ରାୟ ଶୁଣାଇଛନ୍ତି ଓଡ଼ଗାଁ ଆସିଷ୍ଟାଣ୍ଟ୍ ସେସନ୍ସ ଜଜ୍ । ରାୟ ଅନୁସାରେ ଏ ଦୁଇ ଅଭିଯୁକ୍ତଙ୍କୁ ହତ୍ୟା ଉଦ୍ୟମ ସହ ଏକ ରୁ ଉର୍ଦ୍ଧ୍ବ ବିଭିନ୍ନ ସଙ୍ଗୀନ ଦଫାରେ ଦଣ୍ଡିତ କରାଯାଇ ୧୦ ବର୍ଷ ସଶ୍ରମ କାରାଦଣ୍ଡ  ସହ ଉଭୟଙ୍କୁ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି ମାନ୍ୟବର କୋର୍ଟ। 
                    ସୂଚାନା ଥାଉକି, ଗତ ୨୧.୬.୧୨ ରେ ଓକିଲ ପାଣୁଚରଣ ବେହେରାଙ୍କ ସ୍ତ୍ରୀ ମମତା ମଞ୍ଜରୀ ବେହେରାଙ୍କୁ ପାରିବାରିକ କଳହକୁ କେନ୍ଦ୍ର କରି ତାଙ୍କ ଦିଅର ଓ ଦେଢଶୁର ଯଥାକ୍ରମେ ବୁଲୁ ବେହେରା ଓ କବି ବେହେରା  ଫାଉଡା ଓ ଧାରୁଆ ଖଣ୍ଡାରେ ଆକ୍ରମଣ କରି  ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଏନେଇ ମମତାଙ୍କ ସ୍ୱାମୀ ତଥା ଓକିଲ ପାଣୁଚରଣ ବେହେରା ଓଡ଼ଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପରେ ଓଡ଼ଗାଁ ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦୁଇଭାଇଙ୍କ ସହ ବାପା ଓ ମା' ୪ ଜଣଙ୍କୁ ଚାର୍ଜସିଟ୍ ଦାଖଲ କରିଥିଲା। 
                  ଏହି ମୋକଦ୍ଦମା କୁ ଓଡ଼ଗାଁ ସହକାରୀ ଦୌରାଜଜ୍ ଶିବାଶିଷ ଗିରି ବିଚାର କରି ଦୁଇ ଭାଇଙ୍କୁ ଦେଷୀ ସାବ୍ୟସ୍ତ କରି :- ହତ୍ୟା ଉଦ୍ଯମ ପାଇଁ ଦଫା ୩୦୭ ରେ ୬ ବର୍ଷ କାରାଦଣ୍ଡ ସହ ୫ହଜାର ଜରିମାନା, ମାଡ ମାରିବା ଅଭିଯୋଗ ରେ ଦଫା ୩୨୩ ରେ ୧ ବର୍ଷ ଓ ୧ହଜାର ଜରିମାନା, ଏବଂ ତୀକ୍ଷ୍ମ ଅସ୍ତ୍ର ରେ ଆକ୍ରମଣ ପାଇଁ ଦଫା ୩୨୪ ରେ ୩ ବର୍ଷ ଓ ୪ ହଜାର ଜରିମାନା ସମୁଦାୟ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡ ଶୁଣାଇଛନ୍ତି। 
                       ଉକ୍ତ ମୋକଦ୍ଦମା ରେ ବାପା ମା ଙ୍କୁ  ଦଫା ୩୨୩ ରେ ଦୋଷୀ ସାବ୍ଯସ୍ତ କରାଯାଇଥିବା ବେଳେ ବାର୍ଦ୍ଧକ୍ଯ ଓ ପ୍ରଥମ ଅପରାଧୀ ହେତୁ ତାଙ୍କୁ ପ୍ରୋବେସନ୍ ଅପେଣ୍ଡର ଆକ୍ଟ୍ ରେ ଖଲାସ କରାଯାଇଛି।
            ଉକ୍ତ ମୋକଦ୍ଦମା କୁ ସରକାରଙ୍କ ତରଫରୁ ଆଡିସନାଲ ପି. ପି ସୁରେନ୍ଦ୍ର କୁମାର ସେନାପତି ଓ ଯଜ୍ଞ ନାରାୟଣ ପାତ୍ର ମୋକଦ୍ଦମା ପରିଚାଳନା କରୁଥିଲେ। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୧୭/୫/୨୨ ---- ୭,୨୦   Sakhigopal News,17/5/2022

Blog Archive

Popular Posts