ସାକ୍ଷୀଗୋପିନାଥ ଦେବଙ୍କ ଜଳକ୍ରୀଡା ପର୍ବ ପାଳିତ
Sakshigopinath Dev's water sports festival is celebrated
ସାକ୍ଷୀଗୋପାଳ----- ସାକ୍ଷୀଗୋପିନାଥ ଦେବଙ୍କର ଜଳକ୍ରୀଡା ଏକାଦଶୀ ପର୍ବ ପାଳିତ ହୋଇଯାଇଛି । ବୀରକିଶୋର ବଲ୍ଲଭ(ଭଅଣ୍ଡ) ଧୂପସରିବା ପରେ ଚନ୍ଦନବେଡା ନୀତି ଠାକୁରଙ୍କ କରାଯିବା ପରେ ୫୫୦ ରଙ୍ଗଣି ପରିବାରଙ୍କ ପକ୍ଷରୁ ସାକ୍ଷୀଗୋପିନାଥ ଦେବଙ୍କ ନିକଟରେ ଜଳକ୍ରୀଡା ନୀତି କରାଯାଇଛି । ରତ୍ନସିଂହାସନ ନିକଟରେ ଅସ୍ଥାୟୀ ଭାବେ କଦମ୍ବ ଗଛ କରାଯାଇ ସେଥିରେ ପ୍ରଭୁ ସାକ୍ଷୀଗୋପିନାଥ ଦେବ ସୁନାର ବଂଶୀ ଧରି ବସିଥିବାର ଦୃଶ୍ୟ କରାଯାଇଥିଲା । ନିକଟରେ ଯମୁନାରେ ଗୋପି ମାନେ ଗାଧେଇବାର ଦୃଶ୍ୟ ମଧ୍ୟ କରାଯାଇଥିଲା । ଏହି ବେଶ ୪ଠାରୁ ସଂଧ୍ୟ ୬ଟା ପର୍ଯ୍ୟନ୍ତ ରହିଥିଲା । ସଂଧ୍ୟାଧୂପରେ ଠାକୁରଙ୍କର ଏହି ବେଶ ପରିବର୍ତ୍ତନ କରାଯିବ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ଏହି ଅବସରରେ ଠାକୁର ନିକଟରେ ଚୁଡାଘଷା, କଦଳୀ, କାକେରା, ବିଭିନ୍ନ ଫଳମୂଳ ଭୋଗ ଲାଗି କରାଯାଇଥାଏ । ଏହି ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୫/୨୦୨୨---୫,୫୦
Sakhigopal News, 26/5/2022