ପୁରୁଣାବୁଢ଼ାକେରା ଗ୍ରାମରେ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ
Establishment of temples and idols in the village of Purunabudhakera.
ସାକ୍ଷୀଗୋପାଳ -----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳମରାପୁରଗଡ ଗ୍ରାମ ପଞ୍ଚାୟତର ପୁରୁଣାବୁଢ଼ାକେରା ଗ୍ରାମରେ ଶ୍ରୀଶ୍ରୀ ବାବା ବାଲୁଙ୍କେଶ୍ୱର ଦେବଙ୍କ ପୀଠ ସ୍ଥଳିରେ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୀଠରେ ତିନିଦିନ ଧରି ଅହୋରାତ୍ର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଯଜ୍ଞର ପୂର୍ଣ୍ଣାହୂତି ଅବସରରେ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଲିଥିଲା । ଆଜି ଅପରାହ୍ନରେ ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗ୍ରାମରେ ଏକ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି କାର୍ୟ୍ୟକ୍ରମରେ ଅତିଥି ଭାବେ ଗୋପବନ୍ଧୁ ଆୟୁବୈଦ ମେଡିକାଲର ଅଧ୍ୟକ୍ଷ ଡ. ସୁଦର୍ଶନ ବେହେରା ଯୋଗ ଦେଇଥିଲେ । ଯଜ୍ଞରେ କର୍ତ୍ତା ଭାବେ ପ୍ରଫୁଲ କୁମାର ଦୀକ୍ଷିତ , କର୍ତ୍ତାୀ ଭାବେ କୁକୁନା ଦୀକ୍ଷିତ କାର୍ୟ୍ୟ ସମାପନ୍ନ କରିଥିଲେ । ଗ୍ରାମର ସଭାପତି ପ୍ରମୋଦ କୁମାର ମାଝୀଙ୍କ ସହିତ କାଳନ୍ଦୀ ରାଉତ, ପ୍ରକାଶ ମାଝୀ, କୃଷ୍ଣଚନ୍ଦ୍ର ମାଝୀ, ଦାଶ ପରିଡା, ଗଙ୍ଗାଧର ସ୍ୱାଇଁ, ଶ୍ରୀଧର ପ୍ରଧାନ ଓ ପବିତ୍ର କୁମାର ପରିଡା ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୫/୨୦୨୨----୧୦,୪୦
Sakhigopal News, 27/5/2022