Breaking News

ଥୁଆପାଲି ଠାରୁ ଅତାବିରା ବ୍ଲକ ରେଙ୍ଗାଲି କ୍ୟାମ୍ପ ରାସ୍ତା ଏବେ ମରଣଯନ୍ତା ପାଲଟିଛି

The Atabira block Rengali camp road from Thuapali has now become a death trap.
 ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଠାରୁ ଅତାବିରା ବ୍ଲକ ରେଙ୍ଗାଲି କ୍ୟାମ୍ପ ରାସ୍ତା ଯାହା କି ୫୩ ନମ୍ବର ଜାତୀୟ ରାଜପଥ କୁ ସଂଯୋଗ କରୁଛି। ଏହି ପ୍ରଧାନମନ୍ତ୍ରୀ ରାସ୍ତା ଅଳ୍ପ ଦିନ ତଳେ ନିର୍ମାଣ କରାଯାଇଥିଲା । ରାସ୍ତାର କଂକ୍ରିଟ ବହୁ ଜାଗା ରେ କଂକ୍ରିଟ ଉଠି ଯାଇ ବଡ ବଡ ଗାତ ସ୍ରୁଷ୍ଟି ହୋଇଛି । ରାସ୍ତା ଉଭୟ କଡରେ ବର୍ଷାରେ ଧୋଇହୋଇ ବିରାଟ ବିରାଟ ଗାତ ହେଲାଣି। ଏହି ରାସ୍ତାରେ ପ୍ରତି ଦିନ ଛୋଟ, ବଡ ଦୁର୍ଘଟଣା ଘଟି ଆସୁଛି। ଏହି ରାସ୍ତାରେ ଶହଶହ ସଂଖ୍ୟାରେ ଯାନବାହାନ ଚଳାଚଳ କରିବା ସହିତ ବାଇକ୍ ଓ ସାଇକେଲ ଆରୋହୀ ମାନେ ସ୍କୁଲ, କଲେଜ ଛାତ୍ର, ଛାତ୍ରୀ ଯିବାଆସିବା କରୁଛନ୍ତି। ଏହ ରାସ୍ତା ଅଂଚଳର ମୁଖ୍ୟ ରାସ୍ତା ଅଟେ ।ଏହି ରାସ୍ତାରେ ଭେଡେନ ବ୍ଲକ ଡାକ୍ତରଖାନା ର ଆମ୍ବୁଲାନ୍ସ ସେବା ଯୋଗାଇ ଥାଏ। ଏହି ରାସ୍ତାରେ ବରଗଡ, ବୁର୍ଲା, ସମ୍ବଲପୁର ଜନସାଧାରଣ ଯିବା ଆସିବା କରିଥାନ୍ତି। ଏହି  ରାସ୍ତା ମରାମତି ଅନିବାର୍ଯ୍ୟ ହୋଇପଡିଛି। ଜନଜୀବନ ରକ୍ଷା ପାଇଁ, ସ୍ଥାନୀୟ ଜନ ପ୍ରତିନିଧି, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବୀ ହେଉଛି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୬/୫/୨୦୨୨--- ୧,୨୦   Sakhigopal News,26/5/2022

Blog Archive

Popular Posts